STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ଉଡ଼ନ୍ତା ଥାଳିଆ

ଉଡ଼ନ୍ତା ଥାଳିଆ

1 min
138

ଯେଉଁ କଥା କେବେ ଶୁଣିଲେ କର୍ଣ୍ଣେ

   ମନ ହୁଏ ରୋମାଞ୍ଚିତ

ଅନ୍ୟ ଏକ ଗ୍ରହୁ ଆସନ୍ତି ଧରାକୁ

  ରହିଅଛି ଲୋକ ମତ l


କେ କହେ କଳ୍ପନା କେହି ପୁଣି

  ଖୋଜି ବୁଲୁଥାଏ ପ୍ରମାଣ

ମାନିବନି କେବେ ଗୁରୁ କହିଛନ୍ତି

  ବେନି ନୟନେ ନଦେଖିଣ l


ଦେଖିଥିବା ଜନ ମୁଖୁ ଶୁଣି ଅଛି

   ଥାଳିଆ ପରାଏ ଜାନେ

ଆସନ୍ତି ଆକାଶେ ଉଡି ଘୋଟେ ଅନ୍ଧକାର

   ଅବତରନ୍ତି ଯେଉଁ ସ୍ଥାନେ l


ଦେଖି ବାକୁ ଛୋଟ ମଣିଷର ମିତ

  ହାନିକାରକ ସେ ନୁହଁନ୍ତି 

ଯୋଜନା ହେଉବା ହେଉ ଅବା ପଥଭ୍ରଷ୍ଟ

  ପୃଥିବୀ ପୃଷ୍ଠେ ପ୍ରକଟ l


ଚତୁର ପଣେ ମଣିଷ ପାଇଲେ ଖବର

  ବଢିଯାଏ ତାର ଉତ୍କଣ୍ଠା

କିପରି ତାହାକୁ କରିବ ଆୟତ୍ତ ସେ

  ଯୋଜନା ଘଣ୍ଟାକୁ ଘଣ୍ଟା l

    

  


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ