ଭାବିନେଇଥିଲି
ଭାବିନେଇଥିଲି
1 min
6.5K
ଭାବିନେଇଥିଲି
ଅଭିମାନର ପରସ୍ତକୁ ଜମେଇ
ମୁଁ ପଥର ପାଲଟିଛି
ହେଲେ ସେ ଟାଣପଣ
ନଥିଲା ପଥର
ଥିଲା ତୁଚ୍ଛା ମହମ
ତୁମର ପରଶ ଅଗ୍ନିଶିଖାରେ
ତରଳି ଗଲା . . . .
ମୁଁ ନିଜକୁ ସାଉଁଟୁଥିଲା ବେଳେ
ତୁମେ ପୁଣି ଫେରିଗଲ
ଛାଡ଼ିଦେଇ ମତେ
ଜଳିବାକୁ ଅଭିମାନର ଅଗ୍ନିକୁଣ୍ଡେ . . . ।।
.. . . . . . . . ପଦ୍ମାଳୟା