Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

3  

K. Nirmal

Others

ଆସ ମା ଦୁର୍ଗେ

ଆସ ମା ଦୁର୍ଗେ

1 min
13.9K



ଜଗତ କଲ୍ୟାଣୀ ଦୁର୍ଗତୀ ନାଶିନୀ

ରକ୍ଷାକର ସଂସାରକୁ,

ଅସୁର ସଂହାରୀ ଦୁଷ୍ଟଙ୍କୁ ନିବାରି

ରଖ ମା ଧରା ଧାମକୁ ।


ରୂପ ଆଉଥରେ ଧର ମା ମହୀରେ

ତୋ ପବିତ୍ର ପୁଣ୍ୟ ଧାମେ,

ଶହସ୍ର ଭୂଜା ଗୋ ଶହସ୍ର ମହିଷା

ପ୍ରବଳ ମା କ୍ରମୁ କ୍ରମେ ।


ପାଦେ ପାଦେ ଆଜି ଆତଙ୍କର ଛାଇ

ନାରୀ ର ନରକେ ଘର..।

ହେ..ମା..ଆଦ୍ୟାଶକ୍ତି ଦିଅ ମା ଶକତି

ଦିଅ ମା ଅଭୟ ବର।


ଯୁଗେ ଯୁଗେ ଏଠି ମହିୟସୀ ନାରୀ

ନାରୀ ହିଁ ସଂସାର ସାର ।

ଭଗିନୀ ଜନନୀ ଜାୟା ରୁପେ ମାଗୋ

ପ୍ରତି ମନେ ଭକ୍ତି ଭର ।


ଆସ ଆସ ମାତା ଏ ଧରା ଧାମକୁ

ଧରି ଦଶ ଭୁଜା ରୁପ..।

ନିନାଦିତ ହେଉ ଶଙ୍ଖ ଭେରି ତୁରୀ

ଅପସରିଯାଉ ପାପ..।


◆ କେ.ନିର୍ମଳ

◆ ଭଦ୍ରକ,ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:-୯୫୬୬୧୧୩୬୦୭

◆ Gmail:--nirmaln270@gmail.com


Rate this content
Log in