ଶୀତ
ଶୀତ
1 min
102
ନିଦାଘେ ମଳୟ ଜାଡ଼ରେ ଉଷ୍ମତା
ସଭିଙ୍କର ଆଗ ଲୋଡ଼ା
ମହାବଳ ବାଘ ସମ ଏ ଶୀତଟା
ଦେଇଛି ଘର ବାହୁଡା ।।
ଶିଥିଳ ଶରୀର ଲୋଡ଼େ ନିଆଁ ପୁଆ
ଉଷ୍ମତା ପାଇଁ ମନରେ
ପୁତ୍ର ମାତା ବସି ଉପଭୋଗେ ଆଜି
ଡେଇଁ ଶୂନ୍ୟତା ନିଶିରେ ।।
କାଳ ରାତ୍ରି ପରି ଆସୁଛି ଶୀତଟା
ଫି ଦିନ ଏଇ ବେଳେ
ମୁରବି ବିହୀନ ଦଦରା କୁଟୀରେ
ବୁଝିବାକୁ କିବା ହେଳେ ?
ଜୀବନ ନାଆରେ ଏକା ସାହା ବାବୁ
ଆମ ପାଇଁ ଜଗନ୍ନାଥ
ହଟିବ ତିମିର,ହାଡ଼ଭଙ୍ଗା ଜାଡ଼
ସବୁରି ବିଭୁ ହିଁ ଉତ୍ସ ।।