ତୋ ବିନା
ତୋ ବିନା
1 min
233
ପ୍ରତ୍ୟୁଷରୁ ସଞ୍ଜ ସଦା ଦହଗଞ୍ଜ
ଯେ ହେତୁ ଉପାୟ ଶୂନ୍ୟ
କପାଳତ ଫଟା ଏଇ ଜୀବନଟା
ବିଷାଦେ ବେଦନା ପୂର୍ଣ୍ଣ
ହୃଦୟ କାନ୍ଦୁଛି ସମୟ କୋଳରେ
ଅତୀତକୁ ଝୁରି ଝୁରି
ଆଖିପତା ଦୁଇ ବତୁରି ଯାଉଛି
ଝାଟିମାଟି କାନ୍ଥପରି
ସ୍ମୃତି ସାଗରରୁ ସୁନାମୀ ଆସୁଛି
ତଥାପି ଚିତ୍ତେ ମୋ ତୃଷ୍ଣା
ବିରହର ବହ୍ନି ପ୍ରଜ୍ଜ୍ଵଳିତ ମନେ
ତଥାପି ଜୀଇଁବା ନିଶା
ଶେଷକଥା ଟିକ ସ୍ବିକାରିଛି ସିନା
ପ୍ରେମକୁ କରିନି ଇତି
କ୍ଷରିତ ହେଲାଣି ଦିନୁ ଦିନ ତନୁ
ଭ୍ରମିତ ମୋ ମତିଗତି
✒ସନ୍ତୋଷ ପଟ୍ଟନାୟକ , ବେଗୁନିଆପଡା ବ୍ଳକ୍ , ତିରିଡା /ଗଞ୍ଜାମ