Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Others

2  

K. Nirmal

Others

ଫୁଲ୍ ଗଡ଼ବଡ଼:- ୨

ଫୁଲ୍ ଗଡ଼ବଡ଼:- ୨

1 min
239


କେରାଣ୍ଡି ମାଛର ବହପ ଦେଖ ଲୋ

ଫଡ ଫଡ ହୁଏ ଖାଲି ,

ଶେଉଳ ମାଛଟି ଅତି ବୁଦ୍ଧିଆ ଲୋ

ପଙ୍କେ ପଶି ବୁଜେ ଗାଲି ।


ବଗ ଭାଇ ମୋର ଅଧିକ ଚତୁର

ପାଣି ପାଖେ ଜଗି ବସେ,

ମାଛ ଖାଇବାକୁ ଲାଳ ଗଡେ ହେଲେ

ପ୍ରବଚନ ଖାଲି ଭାଷେ ।


ଦିନକର କଥା ବଗ ଭାଇନା ଟି

କେରାଣ୍ଡି କୁ ମିତ୍ର କଲା,

ଧର୍ମ ବାଣୀ କହି ଥଣ୍ଟରେ ହଲେଇ

ନିତି ତାକୁ ଗେଲ କଲା ।


ଆଇଁଷା ପ୍ରକୃତି ଯାହାର ଅଛି ଲୋ

ସେ ଆଉ ବୈଷ୍ଣବ କେବେ ?

ଵଂଶ ବୁଢ଼େଇବା ଲକ୍ଷ ଟି ଯାହାର

ଆଗ ପଛ କେବେ ଭାବେ ?


ଚିକ୍କଣ ଚାକ୍କଣ କଥାରେ ଦୁହିଁଙ୍କ

ବନ୍ଧୁତ୍ୱ ବଢ଼ିଗଲା ଧୀରେ ।

ସେ କାହୁଁ ବୁଝିଛି ଦୁର୍ଜନ ପ୍ରୀତି ରେ

ବଉଂଶ ତା ନାଶ କରେ ।


ସବୁଦିନେ ବଗ ଲୁଚେଇ ଛପେଇ

ଚାଟି ଗଲା ଗୋଟେ ଗୋଟେ ।

ଜାଣି ପାରିଲାନି କେରାଣ୍ଡି ଭାକୁଡ଼ା

ମଇତ୍ରୀ ବସିଲା ତା ଠେ ।


ସବଂଶ ମରିଲେ ଏକା କରିଗଲେ

କେରାଣ୍ତି ଜାଣିଲା ସବୁ ।

ଏବେ ଜାଣି ସତେ ଲାଭ କିସ ଆଉ

ଲୁହ ଝରେ ଭାବୁ ଭାବୁ ।


ପ୍ରିୟ ବନ୍ଧୁଗଣ କେରାଣ୍ଡି ବଗର

ବନ୍ଧୁତ୍ୱ ହୋଇଲା ଶେଷ ।

ଅଜ୍ଞାତେ ବିଶ୍ବାସ ଅବିବେକିଟିର

ବଉଂଶ କରଇ ନାଶ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ୍:-୯୫୬୬୧୧୩୬୦୭

◆ Gmail:- nirmaln270@gmail.com


Rate this content
Log in