ଅପରିଚିତ
ଅପରିଚିତ
1 min
154
ନିଜର ପରିଚୟ ସନ୍ଧାନେ
ମୁଁ ଆଜି ଵ୍ୟସ୍ତ ବିବ୍ରତ
ଘନ ଅନ୍ଧାରେ ପ୍ରଶ୍ନର ପାହାଡ଼େ
ହଜେଇ ଦେଇଛି ମୋ ଚିତ୍ତ
ନିଜ ପାଖେ ନିଜେ ଅପରିତ...
ନୂତନ ସକାଳ ନବୀନ କିରଣେ
ଖୋଜି ବୁଲୁଛି ସମ୍ପର୍କର ବାସ୍ତବତା
ମରୁଭୁମି ରେ ତୃଷ୍ଣା ମେଣ୍ଟାଇବାକୁ
ମୁଁ ଆଜି ଅପେକ୍ଷାରତ
ନିଜ ପାଖେ ନିଜେ ଅପରିଚିତ...
ଜୀବନର ସଂଜ୍ଞା ଅନ୍ୱେଷଣେ
ସଂଘର୍ଷର ଉଥାନ ପତ୍ତନେ
ମରି ମରି ବଞ୍ଚିବାକୁ
ପଡୁଛି ପ୍ରତି ମୁହୂର୍ତ୍ତରେ
ବୟସର ହାତ ପାହାନ୍ତେ
ସମୟ ସହ ଜୀବନ
ଲୁଚକାଳି ଖେଳୁଛି ଅପରିଚିତେ.........
ପରିଚୟର ଅନ୍ୱେଷଣେ
ବୋଧହୁଏ ଜୀବନର ଉଦୟଗାମୀ
ସୂର୍ଯ୍ୟ ଅସ୍ତଗାମୀ ପଥେ
ଧୀରେ ଧୀରେ ଜୀବନ ଦୀପ ଲିଭିବା ସମୟେ
ନିଜ ପାଖେ ନିଜେ ଅପରିଚିତ.........
