Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ପରମେଶ୍ବର ପରମାତ୍ମା

ପରମେଶ୍ବର ପରମାତ୍ମା

1 min
242


ସମସ୍ତଙ୍କ ମଧ୍ୟରେ ନିବାସ କରନ୍ତି ଈଶ୍ବର,

ସମସ୍ତଙ୍କର ପାଲକ ହେଲେ ଆମ ପରମେଶ୍ବର |୧|


ପରମାତ୍ମାଙ୍କର ଅଛି କେତେ ଯେ ରୂପ,

ପଞ୍ଚଭୂତ ଲାଗନ୍ତି ପରମାତ୍ମାଙ୍କର ସ୍ୱରୂପ |୨|


ମାତାପିତା ହୋଇ କରନ୍ତି ପ୍ରାଣୀର ପୋଷଣ,

ଗୁରୁ ହୋଇ ବିଦ୍ୟାର୍ଥୀଙ୍କୁ ଦିଅନ୍ତି ବିଦ୍ୟାର ଆଭୂଷଣ |୩|


ପ୍ରକୃତିର କରୁଛନ୍ତି ସଞ୍ଚାଳନ,

ଅନବରତ କରୁଛନ୍ତି ସମସ୍ତ କର୍ତ୍ତବ୍ୟର ଚୟନ ଚଳନ |୪|


ଶିବ ହୋଇ ଆଶୀର୍ବାଦ ଦେଉଛନ୍ତି ଆମ ଈଶ୍ବର,

ଲିଙ୍ଗରାଜ ମନ୍ଦିର ଶୈବ ପୀଠ ହେତୁ ସୁପ୍ରସିଦ୍ଧ ଆମ ତ୍ରିଭୁବନେଶ୍ୱର |୫|


କେଶବ ବିଷ୍ଣୁ ହୋଇ ଅସୀସହ ଦେଉଛନ୍ତି ପରମେଶ୍ବର ପରମାତ୍ମା,

ପୁରୀ ଶ୍ରୀଜଗନ୍ନାଥ ହେତୁ ଅତ୍ୟନ୍ତ ବ୍ୟାକୁଳ ହୁଏ ଭକ୍ତଜନଙ୍କର ଆତ୍ମା |୬|


ଶ୍ରୀକୃଷ୍ଣଙ୍କ ଭଗବଦ୍ଗୀତା ଜଣାଏ ଯେ ସର୍ବରୂପ ରେ ବିଦ୍ୟମାନ ଅଛନ୍ତି ପରମାତ୍ମା,

ନିରନ୍ତର ସୁକର୍ମର ଆଚରଣ ସହ କର୍ତ୍ତବ୍ୟପରାୟଣ ରହିଲେ ଜଣେ ହୋଇ ପାରିବ ପୁଣ୍ୟାତ୍ମା |୭|


Rate this content
Log in