Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

K. Nirmal

Others

4.9  

K. Nirmal

Others

ପ୍ରେମ

ପ୍ରେମ

1 min
940


ପ୍ରେମ

◆◆◆◆◆◆◆


ପ୍ରେମ ପରା ଏକ ନିଆରା ଭାଵନା

ହୃଦୟର କ୍ଷୀଣ ସ୍ୱର,

ଭାସିଯାଏ କେବେ ଯୌବନ ନିଶ୍ୱାସେ

ହୁଏ ସେ କେବେ ନିଜର।

କେତେବେଳେ ସେହି ନିହାତି ନିଜର

ବେଳେବେଳେ ସ୍ୱାର୍ଥପର,

ଭାଙ୍ଗିଦିଏ କେବେ ଆଶାର ସଉଧ

ହୋଇଯାଏ କେବେ ପର ।


ଆଞ୍ଜୁଳେ ବିଶ୍ୱାସେ ଆସି କେବେ ସିଏ

ଧକ୍ ଧକ୍ କରେ ଛାତି,

ସେଇ ପ୍ରେମ କଥା ଭାବି ଭାବି କେବେ

ପାହିଯାଏ ସାରା ରାତି ।

ପଲକରେ କେବେ ହେଇଯାଏ ପ୍ରେମ

କେବେ ହୋଇଯାଏ ସ୍ମୃତି,

ଜୀବନର ସାତ ରଙ୍ଗେକୁ ନେଇ ସେ

ଜାଳେ କେବେ ସଞ୍ଜବତୀ ।


◆ କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ୍:-୯୫୬୬୧୧୩୬୦୭

◆ Gmail:- nirmaln270@gmail.com


Rate this content
Log in