Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

3  

Prasant Kumar Nath

Others

ନିଃସ୍ୱାର୍ଥ ପ୍ରେମ

ନିଃସ୍ୱାର୍ଥ ପ୍ରେମ

1 min
299



କିଏ କହୁଥାଏ ମିଳନରେ ପ୍ରେମ

ସାର୍ଥକ ହୁଅଇ ବୋଲି

କିଏ କୁହେ ପୁଣି ବିଚ୍ଛେଦ ଘଟିଲେ

ପ୍ରେମ ଯାଏ ଦୂରେ ଚାଲି ।


କିଏ କୁହେ ପୁଣି ପ୍ରେମଟା ମୋହର

ବିଶ୍ୱାସରେ ଦେଲା ବିଷ

କିଏ କହୁଥାଏ ପ୍ରେମ କରି ମୋର

ଓଠରୁ ଲିଭିଲା ହସ ।


କିଏ ସାଜୁଅଛି ଦେବଦାସ ଏଠି

ପ୍ରେମିକା କରିଲେ ପର

ପ୍ରେମ ପାଇଁ କିଏ ଛାଡିଚାଲିଯାଏ

ନିଜ ଘର ପରିବାର ।


କିଏ କୁହେ ପ୍ରେମ ହାତରେ ମୋହର

ଦୁଃଖର ଜହର ଦେଲା

କିଏ କୁହେ ପୁଣି ଛଳନା ପ୍ରେମଟା

ମୋତେ ବାଟବଣା କଲା ।


କିଏସେ ଜୀବନ ହାରି ଦେଉଅଛି

ପ୍ରେମରେ ପାଇଲେ ଧୋକା

ପାଗଳ ପରିକା ବୁଲୁଛି କିଏସେ

ଛାଡିଲା ପରେ ପ୍ରେମିକା ।


ହେଲେ ମୋ ପ୍ରେମରେ ମିଳନ ନାହିଁକି

ବିଛେଦର ନାହିଁ ଭୟ

ପ୍ରେମ ନୁହେଁ ଖେଳ ମିଳିବ ସେଥିରେ

ଜୟ ଅବା ପରାଜୟ ।


ନିଃସ୍ୱାର୍ଥ ଭାବରେ ଭଲ ମୁଁ ପାଉଛି

ପାଉଥିବି ମଲାଯାଏ

କାହିଁକି ଆଘାତ ପାଇବି କହିକି

ତୁମକୁ ମୁଁ ଭଲପାଏ ।


ଅପ୍ରକାଶ୍ୟ ଏହି ପ୍ରେମର ଭାବନା

ଅଛି ମୋର ହୃଦୟରେ

ଭଲ ମୁଁ ପାଉଛି ଭଲ ପାଉଥିବି

ନିସ୍ୱାର୍ଥପର ଭାବରେ ।


ମୋ ପ୍ରେମର ଖୁସି କେତେ ଯେ ନିଆରା

ସେକଥା ଜାଣିଛି ମୁହିଁ

କେତେ ହରେଇଛି କେତେ ଯେ ପାଇଛି

ସେ ଅଙ୍କ ମୁଁ କଷୁ ନାହିଁ ।


Rate this content
Log in