Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bauribandhu Lenka

Others

4.9  

Bauribandhu Lenka

Others

ଋତୁରାଣୀ

ଋତୁରାଣୀ

1 min
538



ତୁମ ସ୍ପର୍ଶ ଅନୁଭବ କରେ

ଚଇତର ଚୋରା ମଳୟରେ,

ତୁମ ମନ ଅଙ୍ଗର ଉତ୍ତାପ

ଜାଣି ହୁଏ ଗ୍ରୀଷ୍ମ ବଳୟରେ ॥


ତୁମ ଅଙ୍ଗରାଗ ବାସ୍ନା ଖେଳେ

ଆଷାଢର ଭିଜାମାଟି ଗନ୍ଧେ

ତୁମ ଆଖି ଲୁହ ଝରିଯାଏ

ଶ୍ରାବଣରେ ବର୍ଷାର ଛନ୍ଦେ ॥


ତୁମର ସେ ଆଡଋଷା ଲାଗେ

ଭୋଦୁଅର ଟାଆଁସିଆ ଖରା

ତୁମ ନାଲି ବଧୂଲି ଅଧେରେ

ହସୁଥାଏ ଅଶିଣର ତାରା ॥


ତୁମ ସିକ୍ତ କୁନ୍ତଳୁ ଶିଶିର

ମୁକ୍ତା ଝରେ ଘାସ ଗାଲାଚିରେ

ତୁମେ ମନେ ପଡ ମାର୍ଗଶୀର

ଶୀତ ରାତି ପାହାନ୍ତି ପହରେ

******


Rate this content
Log in