Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ମୂଲ୍ୟବାନ ମଜୁରିଆ

ମୂଲ୍ୟବାନ ମଜୁରିଆ

1 min
158



ବିନା ମଜୁରିଆ ହେଇ ପାରିବନି ଦୈନନ୍ଦିନ କାମ,

ଉଦ୍ୟୋଗ ର ନିତିଦିନ କାର୍ଯ୍ୟକଳାପ କରେଇବା ହେଉଛି କର୍ମୀଙ୍କ କାମ |୧|


କର୍ମଚାରୀଙ୍କ ଗୋଷ୍ଠୀ ରୁ ବିଦ୍ୟମାନ ଅଛନ୍ତି ବ୍ୟବସାୟିକ ପ୍ରତିଷ୍ଠାନ,

ପରିଶ୍ରମ ରେ ପରିଶ୍ରମୀ ଶ୍ରମିକଙ୍କ ବିଶ୍ରାମ ବିନା ଶ୍ରମ କୁ ଦେବାକୁ ହେବ ସମ୍ମାନ |୨|


ତାଙ୍କର ମଳିନ ହାତ ରୁ ମିଳୁଛି ଅପାର ଅଲୌକିକ ଶକ୍ତି,

ଅନୁପଯୁକ୍ତ ଦରମାପ୍ରାପ୍ତ ଶ୍ରମିକଙ୍କର କଠିନ ଶାରୀରିକ ଶ୍ରମ ପ୍ରତି ରଖିବାର ଅଛି ଅନୁରକ୍ତି |୩|


କେତେ ଯେ କଷ୍ଟ ପରିବେଶ ରେ ରହୁଛନ୍ତି ଶ୍ରମିକ,

ତାଙ୍କ ରକ୍ତ ପରିଣତ ସ୍ୱେଦଜଳ କୁ ନିଶ୍ଚିତ ଭାବେ ଦେବାର ଅଛି ସମୁଚିତ ପାରିଶ୍ରମିକ |୪|


ଯେବେ ବି ଉପଯୋଗ କରିବା ଶିଳ୍ପ ଦ୍ୱାରା ପ୍ରସ୍ତୁତ ବସ୍ତୁ,

ମନେ ପକେଇବାକୁ ହେବ ମୂଲିଆର କ୍ଳେଶର ବିଷୟବସ୍ତୁ |୫|


ଘୃଣା କରିବାନି ଦେଖି ଶ୍ରମିକଙ୍କ ମୈଲା ହାତ,

ଆମେ କେବେ ବି ବୁଝିପାରିବୁନି ତାଙ୍କର ଅନୁଭୂତ ଆଘାତ |୬|


ମୂଲ୍ୟବାନ ମଜୁରିଆ ଗଣଙ୍କୁ ସଦା ଦେବା ଆଦର,

ତାଙ୍କ ଅସ୍ତିତ୍ୱ ଉପସ୍ଥିତି ରୁ ମିଳୁଛି ଆମ କାମ କୁ ସାଦର |୭|


Rate this content
Log in