Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ସୁନେଲି ସ୍ମୃତି

ସୁନେଲି ସ୍ମୃତି

1 min
11.7K


ରଚନା : ଶ୍ରୀ ରାଜଶେଖର ସି 'ଚିମା'


ହୃଦୟ ରେ ସଜେଇ ରଖିଛି କେତେ ଯେ ସୁନେଲି ସ୍ମୃତି,

ବିଭିନ୍ନ ଅନୁଭବ ଯେ ଅନନ୍ୟ ଅନୁଭୂତି |


ମାତାଙ୍କ ମମତା ଲାଗେ ଯେମିତି କୌସ୍ତୁଭ କୌମୁଦୀ,

ତାଙ୍କ ନିରୁପମ ନିଃସ୍ୱାର୍ଥ ମାନେ ଯେ ରହିବ ଶତାବ୍ଦୀ ଶତାବ୍ଦୀ |


ପିତାଙ୍କ ପ୍ରୀତି ଯେ ଶିବାନନ୍ଦଲହରୀ ,

ସନ୍ତାନ ପାଇଁ ତାଙ୍କ ରକ୍ଷା କବଚ ଏକ ପ୍ରଗାଢ ପ୍ରହରୀ |


ମନେ ପଡୁଛି ଗୌରବାନ୍ୱିତ ଗୁରୁଜନଙ୍କ ବିଶିଷ୍ଟ ବିଦ୍ୟାଦାନ,

ଯାହା ନିଜ ଜୀବନ ଚଳନ ହେତୁ ଅପୂର୍ବ ଅବଦାନ |


ଜୀବନ ରେ ବିଦ୍ୟମାନ ହୋଇ ରହିବେ ବାଲ୍ୟକାଳ ବନ୍ଧୁ,

ଦୀର୍ଘକାଳ ଭାବୁଥିବି ସେଇ ହସଲୁହ ଭରା ସ୍ନେହର ସିନ୍ଧୁ |


ପୁଣି ମନେ ପଡନ୍ତି ଜେଜେମା ଜେଜେବାପାଙ୍କ କହିଥିବା କାହାଣୀ,

ଅଜା ଆଇ ମାମୁଁ ମାଇଁ ମାଉସୀ ପିଉସୀ ଦାଦାଙ୍କ ପ୍ରତି ସଦା ରହିବ ଚାହାଣି |


ପିଲାଦିନର କଥା ଯେତେ ପୁରୁଣା ହେଲେ ବି ଲାଗେ ନୂଆ,

ଅଭୁଲା ଅତୀତ ହୋଇ ରହିବ ଯେତେ ବଦଳିଲେ ବି ଦୁନିଆ |


ଭୁଲି ହେବନି ଓଡ଼ିଆ ମିଷ୍ଟାନ୍ନ ବ୍ୟଞ୍ଜନ ସୁରୁଚି ର ସୁସ୍ଵାଦ,

ଏହି ଅପାର ସ୍ୱାଦରୁ ମନରେ ହୁଏ ବିନୋଦ ର ନାଦ |


ବସୁନ୍ଧରାଙ୍କ ବରଦାନ ପରିମଳ ପ୍ରାକୃତିକ ଦିବ୍ୟ ଦୃଶ୍ୟ,

ତାଙ୍କୁ ସ୍ମରଣ କରି କବି ସୃଷ୍ଟି କରନ୍ତି କଳାତ୍ମକ କାବ୍ୟ |


ମାନସ ରେ ସଦା ସ୍ଥିର ରହିବ ଶ୍ରୀଜଗନ୍ନାଥଙ୍କ ଶ୍ରୀନିଳୟ,

ନିତ୍ୟ ନୂତନ ପୁରାତନ ଯେ ଶ୍ରୀଜୀଉଙ୍କ ଦିପ୍ତୀକାନ୍ତ ଦେବାଳୟ |


Rate this content
Log in