Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Others

3  

Prasanjit Sahoo

Others

କୁହ ଭାଇ କାହା ପାଇଁ ?

କୁହ ଭାଇ କାହା ପାଇଁ ?

1 min
6.6K


ନିସ୍ତେଜ ଆଜି ମୋ ଗାଁଆର ଚେହେରା

ଶୁନ୍ ଶାନ୍ ଲାଗେ କାହିଁ

ଜାଣିଶୁଣି ତୁମେ ଗାଁଆକୁ ଭୁଲୁଛ

କୁହ ଭାଇ କାହା ପାଇଁ ? ? ?

ଗାଧୁଆ ତୁଠଟା ଶୁଖିଲା ପଡିଛି

ଫୁଟୁନି ପଦୁଅଁ କଇଁ

କାହିଁ ଦିଶୁନାହିଁ ଭୁଆସୁଣୀ ଲାଜ

କୁହ ଭାଇ କାହା ପାଇଁ ? ? ?

ଭାଗବତ ପିଣ୍ଡା ଫାଙ୍କା ଫାଙ୍କା ଆଜି

ଗାଉଁଲି ପରବ ନାହିଁ

ଭାଇ ବନ୍ଧୁ ଭାବ ମରି ମରି ଯାଏ

କୁହ ଭାଇ କାହା ପାଇଁ ? ? ?

ଗାଁଆରେ ଯାତରା ଗାଁଆ ପରମ୍ପରା

କବାଡି ଶବଦ ନାହିଁ

ଗାଁଆ ପୁଅ ଆଜି ସହର ଧାଁଉଛି

କୁହ ଭାଇ କାହା ପାଇଁ ? ? ?

==== *ପ୍ରସନଜିତ ସାହୁ* ====

 *ନାଉଗାଁ ହାଟ, ଜଗତସିଂହପୁର*


Rate this content
Log in