ଏମିତି ସୁଖ କାହିଁ
ଏମିତି ସୁଖ କାହିଁ
1 min
267
ଉଡିବି ଯଦି ସପନ ଦେଶେ
ରାଣୀ ଥିବ ମୋ ପ୍ରିୟା
ଶୋଇବି ଯଦି ମାଆ କୋଳରେ
ପଣତ ତାର ଛାୟା
ବୁଲିବି ଯଦି ଗାଆଁ ଦାଣ୍ଡରେ
ବାପାଙ୍କ ହାତ ଧରି
ଗୁରୁଣ୍ଡେ ଯଦି ଘୋଡା ସାଜି ମୁଁ
ପିଠିରେ ନାତି ଧରି
ଘୁରିବି ଯଦି ଚକା ଭଉଁରୀ
ସ୍ତ୍ରୀ ଦେଖାଣାହାରୀ
ଦୁଇ ପାଖରେ ମୋ ପୁଅ ଝିଅ
ହାତକୁ ଥିବେ ଧରି
ବଞ୍ଚେ ମୁଁ ଯଦି ଦିନ କେଇଟା
ଚଳୁ ମୋ ଗୋଡ ହାତ
ଡାକୁ ମୁଁ ଥିବି ସଞ୍ଜ ସକାଳେ
ତୁମକୁ ଜଗନ୍ନାଥ
ପ୍ରମୋଦ କୁମାର ଜେନା ©