ତୋବିନା
ତୋବିନା
1 min
410
ତୋ'ବିନା-
◆◆◆◆◆
ଭାସି ଆସୁଅଛି ବସନ୍ତ ମଳୟ
ଶୀତଳ ଛୁଆଁକୁ ଧରି
ତୋ'ବିନା ସଜନୀ ବିରହ ବେଦନା
ମନକୁ ଦେଇଛି ମାରି....
ସ୍ମୃତିକୁ ସାଇତି ଝୁରୁଚି ନିଇତି
ଜିଇଁଛି ଭାଗ୍ୟ ଆଦରି
ଲୁହ ଏବେ ମୋର ଅତି ଆପଣାର
ଆପଣା ଲୋକେ ବଇରୀ....
ଆଶା ଇଛା ସ୍ବପ୍ନ ମରି ମରି ଯାଏ
ଜୀବନ ହେଲା କାହାଣୀ
ବୟଷ ବିଳାସ ବିଳପୁଛି ଏବେ
ତୋହରି ଗୁଣକୁ ଗୁଣି.....
ଜୀବନଟା ଆଜି ଦେଇଛି ତ' ଠକି
ପାରୁନି ଲୁହକୁ ରୋକି
ହସିବାଟା ମନା କାନ୍ଦିବି ହଉନି
ମରିବାଟା ଖାଲି ବାକି....
ଜୀବନ ଆକାଶେ ସନ୍ଧ୍ୟା ଉଇଁଲାଣି
ନିସଙ୍ଗ ଜୀବନ ନେଇ
ବନ୍ଧୁ ପରିଜନ କଟୁକ୍ତିରେ ଆଜି
ଭିଜୁଛି ନୟନ ଦୁଇ.....
କେବେ ସିନା ମୋତେ ଭଲ ଲାଗୁଥିଲା
ପୁନେଇ ରାତିର ଜହ୍ନ
ତୋ'ବିନା ସଜନୀ ତୁଛ ଲାଗେ ଏବେ
ସେଇରାତି ସେଇସ୍ବପ୍ନ....