STORYMIRROR

Ajit Kumar Raut

Others

4  

Ajit Kumar Raut

Others

କିଛି ଉଦାହରଣ

କିଛି ଉଦାହରଣ

1 min
322


ଅଗାଧ ସେ ଭକ୍ତି     ନିଜ ରାଷ୍ଟ୍ରେ ପ୍ରୀତି

    ସ୍ୱାଧୀନ ପାଇଁ ସଂଗ୍ରାମ 

ତାଙ୍କ ବଳୁ ଆଜି    ସ୍ୱତନ୍ତ୍ର ଆମରେ

    ସ୍ୱାଧୀନ ଭାରତ ଆମ।


ହସି ହସି ବୀରେ    ଫାଶରେ ଚଢିଲେ

    ଗୁଲିରେ ମରିଲେ କେତେ 

ପଛଘୁଞ୍ଚା ନାହିଁ     ଜାତକେ ତାଙ୍କର

    ମରିଲେ ଜେଲରେ କେତେ।


ପାଇଲେ ସ୍ୱାଧୀନ    ତାଙ୍କ ତ୍ୟାଗ ବଳୁ

   ବାସ୍ତବିକ ହିରୋ ସେହୁ 

କୋଟି ପ୍ରଣିପାତ    ଚରଣେ ତାଙ୍କର

    ଆମରି ହିରୋ ଏହୁ।


ସ୍ୱାଧୀନ ଦିବସ     ପନ୍ଦର ଅଗଷ୍ଟ

   ଦେବା ଶ୍ରଦ୍ଧାଞ୍ଜଳି ତାଙ୍କୁ 

ତ୍ରିରଙ୍ଗା ଉଡ଼ିବ     ଘରେଘରେ ଆମ

   ସ୍ମୃତିରେଟି ଶହିଦଙ୍କୁ।


ତାଙ୍କ ବୀର ଗାଥା    କରିବା ସ୍ମରଣ

   ଶିକ୍ଷା ଦେବା ବାଳକକୁ

ତ୍ୟାଗ ବଳିଦାନ     କିପରି ତାଙ୍କର

   ବୁଝିବେ ବାଳକ ତାକୁ।


ପର୍ବ ସ୍ୱାଧୀନତା     ପାଳିତ ରାଷ୍ଟ୍ରରେ

   ଆସୁଛିଟି ୭୫ ବର୍ଷ 

ବୀର ଶହୀଦଙ୍କ     ସମ୍ମାନର ପର୍ବ

   ଅଟେରେ ସ୍ମରଣ ବର୍ଷ।


ସ୍ୱାଧୀନର ପାଇଁ    ହେଲେ ବଳିଦାନ

   ନାହିଁ ଇତିହାସେ ନାମ 

ଅଙ୍କିତ କରିବା     ଇତିହାସେ ପୁଣି

   ଭୁଲା ଶହୀଦଙ୍କ ନାମ।


ଅମୃତ ଉତ୍ସବ     ସ୍ମୃତିର ଉତ୍ସବ

   ଘର ଘରରେ ତ୍ରିରଙ୍ଗା 

ବନ୍ଦେ ମାତରମ୍    ଗୁଞ୍ଜୁ ଥିବ ମୁଖେ

   ବହିବ ସ୍ମୃତିର ଗଙ୍ଗ।


ଅଦୃଶ୍ୟ ରୋଗର    ନିବାରଣ ପାଇଁ

   ଡାକ୍ତର ହେଲେ ଶହୀଦ 

ମଲେ ସ୍ୱାସ୍ଥ୍ୟକର୍ମୀ    ରୋଗୀଙ୍କ କଲ୍ୟାଣେ

   ଅଟନ୍ତି ବୀର ଶହୀଦ।


ହିରୋ ସମାଜର    ସ୍ୱାସ୍ଥ୍ୟ କର୍ମୀ ସବୁ

   ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି 

ଭୁଲିବା ନାହିଁରେ    ତାଙ୍କ ଅବଦାନ

   ଦେବା ତାଙ୍କୁ ପୁଷ୍ପାଞ୍ଜଳି।


ଦେଶର ପ୍ରଧାନ    କର୍ତ୍ତବ୍ୟେ ଭୂଷଣ

   କଲେ ନିବାରଣ ରୋଗ 

ଜନତା କଲ୍ୟାଣେ   ଆଙ୍କ ଅବଦାନୁ

   ଦୂର କୋରନାର ରୋଗ।


କୋରନାର ଟିକା    ରାଷ୍ଟ୍ରରେ ନିର୍ମାଣ

   ଲାଗୁ ଅଛି ଜନଜନ 

ଦୁଇ ବର୍ଷ ହେଲା    ଖାଦ୍ୟପେୟ ତହିଁ

   ମାଗଣାରେ ଜନଜନ।


ନାହିଁ ଅମ୍ଳଜାନ    ଅଭାବ ରାଷ୍ଟ୍ରରେ

   ହେଲେରେ ସ୍ୱାସ୍ଥ୍ୟ ପରଜା 

ଏକ ସୂତ୍ରେ ବାନ୍ଧି    କଲେ ଏକତ୍ରିତ

   ଖୁସିରେ ଅଛନ୍ତି ପ୍ରଜା।


ବାସ୍ତବିକ ହିରୋ    ଦେଶର ପ୍ରଧାନ

   ହିରୋ ତାଙ୍କ ସହକର୍ମୀ 

ଅଭିନନ୍ଦନଟି     ପ୍ରଧାନମନ୍ତ୍ରୀଙ୍କୁ

   କର୍ତ୍ତବ୍ୟେ ଭୂଷିତ ଧର୍ମୀ।


ହୁଏ ଶକ୍ତିଶାଳୀ     ସ୍ୱାଧୀନ ଭାରତ

   ମନ୍ତ୍ର ସମଭାବ ଯହିଁ 

ଗାଥା ଗୌରବର    ବିଶ୍ୱେ ଗୁଞ୍ଜୁଅଛି

   ଆତ୍ମନିର୍ଭରଟି ତହିଁ।


ଶତ୍ରୁ କମ୍ପୁଅଛି     ଦେଖି ପରାକ୍ରମ

   ଶକ୍ତିଶାଳୀ ସେନା ଆଜି 

କମ୍ପେ ଭ୍ରଷ୍ଟାଚାରୀ    ଦେଖି ଡିଜିଟାଲ

   ରାମରାଜ୍ୟ ପରା ଆଜି।



Rate this content
Log in