STORYMIRROR

Suresh chandra Padhy

Others

3  

Suresh chandra Padhy

Others

ତ୍ରିରଙ୍ଗା

ତ୍ରିରଙ୍ଗା

2 mins
195

କୃଷ୍ଣପୁର ଗାଆଁରେ ଶ୍ୟାମସୁନ୍ଦରଙ୍କ ଘର।ତାଙ୍କର ଗୋଟିଏ ପୁଅ ତା ନା ବୁନୁ।

ସେ ପିଲା ଦିନୁ ଅତି ଗେହ୍ଲାରେ ବଢିଛି।ଥରେ ସ୍ବାଧିନତା ଦିବସରେ ଗୁରୁଜୀ ସମସ୍ତଙ୍କୁ ବିଦ୍ୟାଳୟରେ କହିଲେ।ଆମ ଭାରତ ମହାନ ।ଆମ ଦେଶରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ କେତେ ମହାପୁରୁଷ ନିଜ ଜୀବନକୁ ବାଜି ଲଗାଇ ଦେଲେ।

 ଆମେ ମଧ୍ୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବା।ଦେଶ ପାଇଁ ଜୀବନ ଦେବା।ଗୁରୁଜୀଙ୍କ କଥା ଶୁଣି ବୁନୁ ନିଜ ଜନ୍ମଭୂମି ପାଇଁ ସମର୍ପିତ ହେବ ଭାବିଲା।

  ବୁନୁର ବାପା ବୁନୁକୁ ଡାକ୍ତର ହେବା ପାଇଁ ପାଠ ପଢିବାକୁ କହିଲେ।ସେ ରୋଗୀ ସେବା କରିବ।

ବୁନୁ ଏଥିରେ ଏକ ମତ ହେଲା ନାହିଁ।ସେ କହିଲା ସେ ଦେଶର ସୈନିକ ହେବ।ଦେଶ ପାଇଁ ଲଢ଼ିବ।

  ସୈନିକ ହେବା କଥା ଶୁଣି ବୁନୁର ବାପା ମାଆ ଅତ୍ୟନ୍ତ ଖୁସି ହୋଇ ଗଲେ।ବୁନୁର ମାଆ କହିଲେ ବୁନୁ, ମୁଁ ଖାଲି ତୋର ମାଆ ନୁହେଁ ଭାରତ ମାତା ତୋର ମାଆ ।ସେ ମାଆ ପାଇଁ ତୁ ଆଗେଇ ଯିବୁ ତାର ସୁରକ୍ଷା କରିବୁ।

  ବୁନୁ ଯୁବକ ବୟସରେ ସୈନିକ ହେଲା।ସେ କହିଲା ଜୟ ଭାରତ ମା। ହେ ଭାରତ ମାଆ ତୋର ମୁଁ ସନ୍ତାନ। ତୋ ପାଇଁ ମୁଁ ଲଢ଼ିବି। ତୋ ପାଇଁ ମୋ ଜୀବନ ବି ଦେବି।

  ଏମିତି ଏକ ସମୟ ଆସିଲା ।ଥରେ କିଛି ବାହ୍ୟ ଶତ୍ରୁ ଆମ ଦେଶର ସୀମାକୁ ମାଡି ଆସିଲେ।

ଆମ ଦେଶର ତ୍ରିରଙ୍ଗା ପତାକାକୁ ଉଡାଇବା ପାଇଁ ବୁନୁ ସେ ଶତ୍ରୁ ସହ ଲଢ଼ିଲା।ସେ ଯୁଦ୍ଧ କରିବା ସମୟରେ ଏକ ଗୁଳି ବାଜି ବାରୁ ତଳେ ପଡି ଗଲା।କିନ୍ତୁ ବାହ୍ୟ ଶତ୍ରୁଙ୍କୁ ସେ ପରାସ୍ତ କରି ସାରିଥିଲା।

 ସେ ଗୁଳି ବାଜିବାରୁ ଜୟ ଭାରତ ମାତା କହି ଶେଷ ନିଃଶ୍ୱାସ ତ୍ୟାଗ କଲା।ସେ ଦେଶରେ ସହିଦ ହୋଇ ଗଲା।

 ବୁନୁର ବାପା ବୁନୁ ସହିଦ ହେବା ଜାଣି ଖୁସିରେ କହିଲେ, ମୋ ପୁଅ ଦେଶ ପାଇଁ ଲଢ଼ିଛି ସେ ବିଜୟୀ ହୋଇଛି ।ଶତ୍ରୁକୁ ପରାସ୍ତ କରିଛି।

ବୁନୁର ମାଆ କହିଲେ, ବୁନୁ ତୋ ପାଇଁ ମୋ ଗର୍ଭ ଧନ୍ୟ ହୋଇଲା।ତୋ ପରି ଦେଶ ଭକ୍ତ ପୁଅକୁ ଜନ୍ମ ଦେଇ ମୁ ବହୁତ ଖୁସି।


 ବୁନୁ ପାଇଁ ସାରା ଦେଶ ଗର୍ବ କରୁଛି।ସେ ତ୍ରିରଙ୍ଗାର ସମ୍ମାନ ରଖିଛି।



Rate this content
Log in