Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Others

3  

Kamala Satpathy

Others

ପୁରସ୍କାର

ପୁରସ୍କାର

1 min
205


ପୁରସ୍କାର ଗୋଟେ ଦିଅ ମତେ ଭାଇ

ପୁରସ୍କାର ଗୋଟେ ଦିଅ

ରାତାରାତି ମୁହିଁ ହୋଇବି ପ୍ରସିଦ୍ଧ

ମିଡିଆ ହେବ ଅଥୟ ।

ଖବରକାଗଜେ ନିତି ବାହାରିବ

ନାମ ମୋ ବଡ ଅକ୍ଷରେ

କିଏ ଲେଖିଦେବ ବିରୁଦ୍ଧରେ ମେଞ୍ଚେ

ଆଉ କିଏ ସପକ୍ଷରେ ।

କିଏ ନେଇ ମୋର ବହିକୁ ଜାଳିବ

ରାଜଧାନୀ ରାସ୍ତା ପରେ

ଦେଖୁଥିବି ତା’ର ଲାଇଭ୍ ଟେଲିକାଷ୍ଟ୍

ବସିକି ସୋଫା ଉପରେ ।

କିଏ ମାଗୁଥିବ ଦୋକାନକୁ ଯାଇ

ଦେଖିବା ବହିଟା କ’ଣ

ଆଉ କିଏ ଯିବ ମୋଡି କି ମୁହଁକୁ

ଗାଳିରେ କରିକି ସ୍ନାନ ।

ମୋର ଲାଗି ଯେତେ ବଡ ସାହିତ୍ୟିକ

ଯୁଦ୍ଧଂ ଦେହି ଡାକ ଦେଇ

ରାତି ଦିନ ଖାଲି ମିଡିଆ ଆଗରେ

ଦେଇ ଚାଲିବେ ସଫେଇ ।

ଗୁଣ୍ଡୁଚି ମୂଷାଠୁ ପାଇକି ପ୍ରେରଣା

ବାନ୍ଧିବିନି ସେତୁବନ୍ଧ

ବାଟରେ ହଗିକି ନାଁ କରିବାରେ

ରହିଛି ବଡ ଆନନ୍ଦ !

ରାତାରାତି ବହି ବିକ୍ରି ବଢିଯିବ

ଯେତେ ହେବ କଣ୍ଟ୍ରୋଭର୍ସି

କିନ୍ତୁ ଭାଗ୍ୟଦେବୀ ହେଉନି ସଦୟ

ଦେଖିବାକୁ ମୋର ଖୁସି !

ପୁରସ୍କାର ମତେ ଦିଅ ମୋର ଭାଇ

ରଖିବି ନେଇ ଯତନେ

ଦିନ କେଇଟାରେ ଯୁକ୍ତିତର୍କ କଥା

କାହାର ଥିବ ବା ମନେ !

ପରବର୍ତ୍ତୀ ପିଢି ଛାତିକୁ ଗର୍ବରେ

ଫୁଲେଇ ଚାଲିବେ ବାଟେ

ମତେ ପଛେ ମିଳୁ ନିନ୍ଦା ଅପବାଦ

ଡରିବି ନାହିଁ ମୁଁ ମୋଟେ ।

ପୁରସ୍କାର ଗୋଟେ ପାଇବା ଆଶାରେ

କେତେ କରିଛି ମୁଁ ଫନ୍ଦି

ତଥାପି ଦେଖ ସେ ପୁରସ୍କାର ମୋର

ହାତେ ନହୁଅଇ ବନ୍ଦି !

ପୁରସ୍କାର ଆଶା ବଡ ବିଷମ ଲୋ

ନଜାଣଇ ଭଲମନ୍ଦ

ପାଇବେ ଅଗାଡି, ଉଡିଯିବ ଧାନ

ଆଜିର ଏହି ନିୟମ ।


Rate this content
Log in