Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

4.3  

Santosh Pattnayak

Others

ତୋ'ବିନା-6

ତୋ'ବିନା-6

1 min
506



ସଜନୀଗୋ ତୁମେ ଫେରିବନି ଆଉ

ତଥାପି ସରୁନି ମୋହ

ମୋହକୁ ଏଡିବା ସହଜ ନୁହଁଇ

ହୃଦୟେ ଭରିଛି କୋହ


ମଉନ ମନରେ ସ୍ମୃତିକୁ ବଖାଣେ

ଆଖିରୁ ଝରଇ ଜଳ

ବୟସ, ବିଳାସ ବିଳପୁଛି ଆଜି

ହେଲାରୁ ବାହୁଡ଼ା ବେଳ


ମୁଠାଏ ଆଶାକୁ ଚାତକ ପରାୟେ

ଆଜି ବି ଚାହିଁଛି ମନ

ତୋ'ବିନା ସଜନୀ ଅପରିଚିତ ମୁଁ

ହୃଦୟେ ଲାଗିଛି ଚିହ୍ନ


କର୍ତ୍ତବ୍ୟରେ ବନ୍ଧା ହସ୍ତପଦ ମୋର

ଗାଉଛି ଜୀବନ ଗୀତି

ତୋ'ବିନା ମୋହର ବାକି ଆୟୁଷଟା

ଦୀର୍ଘ ଅନ୍ଧକାର ରାତି....


ଅତୀତ ଭାସୁଛି ସମୟ ସ୍ରୋତରେ

ମୁଠାଏ ଆଶାକୁ ଧରି

କର୍ମ ଜଞ୍ଜାଳରେ ଦିନସରେ ସିନା

ରାତି ବିତେ ସ୍ମୃତି ସ୍ମରି....


ତୁମ ସୁଖ ପାଇଁ ଶୁଭ ମନାସୁଛି

ଛାତିକୁ ପଥର କରି

ଜୀବନ ସଳିତା ତେଜୁଛି ନିଇତି

ବିରହ ନିଆଁକୁ ଧରି....


【ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ】

Phone: 7984259080

8866359211


Rate this content
Log in