Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋତେ ଲାଗେ
ମୋତେ ଲାଗେ
★★★★★

© Neelima Nivedita Behera

Others

1 Minutes   6.9K    9


Content Ranking

ମୋତେ ଲାଗେ ନିରବରେ

ମହକିବା ଦୋଷ ନୁହେଁ...

ମୋତେ ଲାଗେ ମଥାନତ

ଜମା ଦୁର୍ବଳର ଚିହ୍ନ ନୁହେଁ....

ମୋତେ ଲାଗେ ସମର୍ପଣ

କେଉଁ ଆଶ୍ରିତର ଭାଷା ନୁହେଁ....

ମୋତେ ଲାଗେ

ଓଠରେ ହସ ନାମି ଫୁଲଟିଏ ଫୁଟାଇବା

ଆଦୌ ଏକ କଷ୍ଟ ବ୍ୟାପାର ନୁହେଁ ।

କାହିଁକି ତଥାପି ନାନା ପ୍ରଶ୍ନ

ଜୁଆର ହେଇ ମୋ ଆଖି ଡିଏଁ ?

କାହିଁକି ତଥାପି ପରିଚୟ ପରିଧିରେ

ଉତ୍ତର ନିଜେ ପରାଧୀନ ହୁଏ ?

ଛୁଇଁବା ପୂର୍ବରୁ ଛୁଇଁ ଯାଏ କେହିଜଣେ

ପବନ, ଗଗନ, ସପନ ରାସ୍ତାରେ....

ଚୁମିବା ପୂର୍ବରୁ ଭେଦିଯାଏ କେହିଜଣେ

ଜାଣିଶୁଣି ଢୋକୁଥିବା କୋହରେ ।

ମୋତେ ଲାଗେ

ଅନ୍ଧାରର ଆଲିଙ୍ଗନେ ମୋ ଅମାନିଆ ମନ

ବନ୍ଧା, ଛନ୍ଦା, ସଂପଦା....

ମୋତେ ଲାଗେ

ଆଲୁଅର ପ୍ରତାରଣାରେ ମୋ ଆଶା ଓ ବର୍ତ୍ତମାନ

ସମ୍ଭାବନା ଅଧା ଅଧା ।

ମୋତେ ନିରବରେ ଦୋଷ

Rate the content


Originality
Flow
Language
Cover design

Comments

Post


Some text some message..