Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ପବନସୂତ ହନୁମାନ

ପବନସୂତ ହନୁମାନ

1 min
6.7K


ପବନସୂତ ହନୁମାନ

ନଗେନ୍ଦ୍ର ନାଥ ପଟ୍ଟନାୟକ

ପ୍ରଭୁ ଶୀରାମଙ୍କ ପରମ ଭକତ

ପବନ ସୂତ ହନୁମାନ

ମାପି ପାରିବ କେ ତାଙ୍କ ବଳ ବୁଦ୍ଧି

ସେ ପରା ଅତି ମହାନ ।

ଅଟଳ ବିଶ୍ୱାସେ ଯେ ପୂଜଇ ତାଙ୍କୁ

ବିପଦ ଟଳଇ ବେଗେ

ଅସୁବିଧା ବାଧା ଦୂରେଇ ଯାଏରେ

ମୁକତି ଲଭଇ ଆଗେ ।

ସେବା ଉପାସନେ କାମନା ରହିଲେ

ସଫଳତା ମିଳେ ନାଇଁ

କାମନା ବରଜି ପୂଜା କଲେ ତାଙ୍କୁ

ଋଭିବା ଆଶିଷ ଯାଇ

ଜ୍ଞାନୀଙ୍କ ଭିତରେ ଆଗୁଆ ସେ ପରା

ଭାବ ତାଙ୍କ ନିରିମଳ

ନମ୍ର ବିନୟ କୋମଳ ହୃଦୟ

ଥାଏନି ତାଙ୍କଠି ଛଳ ।

ଛୁଏଁ ନାଇଁ ତାଙ୍କୁ ଲୋଭ, କାମ, ରୋଷ

ନାମ ତାଙ୍କ ଜୀତେନ୍ଦ୍ରିୟ

ଲକ୍ଷପଥୁ କେବେ ହଟନ୍ତିନି ଜମା

ସେ ପରା ଚିର ଅଜେୟ ।

ମା ଅଂଜନା ଦେବୀ ଗରଭୁ ଜାତ ସେ

ବିଷୁବ ସଂକ୍ରାନ୍ତି ଦିନ

ସେଥିପାଇଁ ପରା ଏ ଦିନ ପବିତ୍ର

ଶୁଦ୍ଧପୂତ ଆମ ମନ ।


Rate this content
Log in