Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ମନ

ମନ

1 min
373


ମନକରିଲେ ହୋଇକିପାରେ

ମନ୍ତିରି ,ରାଜା,ରାଣୀ,

ମନଚାହିଁଲେ ମାନିକିଚଲେ

ମହତଜନ ବାଣୀ ?

ମନଭିତରେ ଦେଖିପାରେନି

ଭୋକିଲା ପେଟ ଦାଉ,

ମନଚାହିଁଲେ କିଣିପାରେନି

କିରତି ଦେଇ ଭାଉ ।

ମନମାନିଲେ ଲେଖିହୁଏନି

ପୋଥିପୁରଣ ବହି,

ମନଢଳିଲେ କରିକିପାରେ?

ସେବା,କଷଣ ସହି ।

ମନ ଭିତରେକାହିଁକି ଆସେ

ଛନ୍ଦ,କପଟ ଭାବ,?

ମନ ଖୁସିରେ ବୋଲିପରେନି

ପକ୍ଷୀ କାକଲି ରାବ ।

ମନ ମାନିଲେ ହୋଇକି ପାରେ

ମହାତ୍ମା,ବୁଦ୍ଧ,ରବି?

ମନଥିଲେ ବି ଆଙ୍କିପାରୁନି

କରତାକଂର ଛବି ।

ଯାହା ପାଇଛି ଯେତିକି ଅଛି

ତୁମର ସବୁ ଦାନ,

ତୁମକୁ ବୁଝିବାକୁ ସକତି

ଦିଅ ହେଭଗବାନ।

ଅକ୍ଷୟକୁମାର ଦାଶ ଜାରକା


Rate this content
Log in