କଣ୍ଟା
କଣ୍ଟା
1 min
214
ପାଇବାକୁ ତତେ ହାତ ବଢ଼ାଇଲେ
ଆଘାତ ମନେ ସହେ
ରୂପରେ ତାହାର ବିମୋହିତ ପ୍ରାଣ
ଛୁଇଁବାକୁ ମୋତେ କହେ l
ପ୍ରତି ପାଖୁଡାରେ ଭରିଛି ସୁବାଷ
ଚଉ ଦିଗ ମହାକାଏ
ପଥିକ ଟିର ମନକୁ ଆକର୍ଷେ
ହୃଦୟ ବନ୍ଧା ପଡ଼ିଯାଏ l
ଆକୁଳ ଅନ୍ତରେ ବ୍ୟଥିତ ପରାଣେ
କରକୁ ଯେବେ ପ୍ରସାରେ
ଲଭିବା ପୂର୍ବରୁ ବହଇ ରୁଧିର
କଣ୍ଟା ର ଆଘାତରେ l
ଅନ୍ଧାରକୁ ଚିରି ସୂର୍ଯ୍ୟ ଉଠନ୍ତି
ସୁନେଲି କୀରଣ ବୁଣି
ସେହିପରି ପ୍ରେମ ହୁଏ ସାର୍ଥକ
ଶତ ପ୍ରତିବାଦ ଶୁଣି l
