ଜୟ ମା ଲକ୍ଷ୍ମୀ
ଜୟ ମା ଲକ୍ଷ୍ମୀ
1 min
152
ସାଗର ଗର୍ଭରୁ ମା ତୁମେ ଜନ୍ମ ନେଲ
ବୈକୁଣ୍ଠ ଧାମରେ ମା ତୁମେ ତ ରହିଲ
ଜୟ ମହାଲକ୍ଷ୍ମି ବିଷ୍ଣୁ ପାଟରାଣୀ
ଜଗତକୁ ତୁମେ ଅନ୍ନ ବସ୍ତ୍ର ଦେଲ ।
ସୀତା ହୋଇ ତୁମେ ସହିଗଲ ଦୁଃଖକୁ
ରାମ ଙ୍କ ପାଇଁ ତ୍ୟାଗ କରିଲ ଗୃହକୁ
ଦ୍ଵାପର ଯୁଗେ ତୁମେ ହୋଇଲ ରୁକ୍ମଣୀ
ଶ୍ରୀ କୃଷ୍ଣ ତୁମକୁ କରିଲେ ଘରଣୀ ।
ଜୟ ମହାଲକ୍ଷ୍ମି ଜଗତ ଜନନୀ
ତୁମେ ଦୁଃଖ ହାରିଣୀ ତୁମେ ଶାନ୍ତି ଦେଲ
ଜୟ ମହାଲକ୍ଷ୍ମି ତୁମେ ପଦ୍ମାସିନି
ଭକ୍ତ ହୃଦୟେ ମା ତୁମେ ରହିଲ ।
ତୁମ ନାମ ନେଲେ ଅଭାବ ଯାଏ ଦୂରେଇ
ଅଷ୍ଟ ସ୍ୱରୂପକୁ ତୁମ ସଂସାର ପୂଜଇ
ଶ୍ରୀ ମନ୍ଦିରରେ ନିତ୍ୟ ଲୀଳା ତୁମେ କର
ଖୋଲି ଦେଇଅଛ ମାଆ ଆନନ୍ଦ ବଜାର ।
