STORYMIRROR

Ramani Kanta Sahu

Children Stories Inspirational Children

4  

Ramani Kanta Sahu

Children Stories Inspirational Children

ସ୍ୱାଧୀନ ଭାରତର କଳିକା

ସ୍ୱାଧୀନ ଭାରତର କଳିକା

1 min
298


ତମେ ସ୍ୱାଧୀନ ଭାରତର କଳିକା

ଗାଇଯାଅ ଦେଶ ମାତୃକାର ଗୀତିକା ।


ଆଖିରେ ରଖ ଆଖିଏ ସପନ

ହୃଦୟରେ ବିଶ୍ୱାସ ଅସୀମ

ହୁଅ କର୍ମବୀର ,ଆଗେ ପଥ ବହୁଦୂର

ଆଗେଇଚାଲ,

ଗାଇ ଗାଇ ଭାରତର ଜୟ ଗୀତିକା

ତମେ ସ୍ୱାଧୀନ ଭାରତର କଳିକା।


ତମେ ସୈନିକ, ତମେ ବୈଜ୍ଞାନିକ,ତମେ ଶିକ୍ଷକ

ତମେ ପ୍ରଶାସକ, ତମେ ଦେଶର ଭବିଷ୍ୟତ

ହୁଅ ଅଗ୍ରସର ଲକ୍ଷ୍ୟପଥେ ତମ

ଗାଇ ଗାଇ ବିଜୟ ଗୀତିକା

ତମେ ସ୍ୱାଧୀନ ଭାରତର କଳିକା।


ତମ ଜ୍ଞାନାଲୋକେ ଝଲସିବ ଦୁନିଆ

ତମେ ଜ୍ଞାନ ଅକାଶର ନୂଆ ତାରକା

ତମେ ସ୍ୱାଧୀନ ଭାରତର କଳିକା।


ତମେ ଗଢିବ ସ୍ୱଚ୍ଛ ଭାରତ

ତମେ ଗଢିବ ସବୁଜ ବଳୟ

ତମେ ଦେଖାଇବା ପଥ ନୂଆ ନୁଆ

ପ୍ରଗତିର କଥା କହି କହିକା

ତମେ ସ୍ୱାଧୀନ ଭାରତର କଳିକା।


ନାହିଁ ଭେଦଭାବ ,ନାହିଁ ବାଛବିଚାର

ଭାଷା ଅନେକ ,ଭାବନା ଏକ

ସଦ୍ଭାବନା ର ବାର୍ତା ଦେଇଚାଲ ତମେ

ଭ୍ରାତୃଭାବ ର ଗୀତି ଗାଇ ଗାଇକା

ତମେ ସ୍ୱାଧୀନ ଭାରତର କଳିକା।


ତମେ ଭବିଷ୍ୟତ ,ଦେଶ ଗଠନର

ଦେଶ ବିକାଶର ତମେ କର୍ଣ୍ଣଧାର

ଆଗେଇନିଅ ଦେଶ ଆମର

ସଫଳତା ର କାତ ବାହି ବାହିକା

ତମେ ସ୍ୱାଧୀନ ଭାରତର କଳିକା।


ଭାରତ ମାତାର ତମେ ସୁସନ୍ତାନ

ଦେଶ ବିଦେଶରେ ରଖିବ ତାର ନାଁ

ତା ର ସେବା କରି କରିକା

ତମେ ସ୍ୱାଧୀନ ଭାରତର କଳିକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍