STORYMIRROR

Biswajit Sahoo

Others Children

3  

Biswajit Sahoo

Others Children

ବାପା

ବାପା

1 min
209


          


ବାପା ବୋଲି ଯେଉଁ ଦୁଇଟି ଅକ୍ଷର,

ବର୍ଣ୍ଣିବାକୁ ନାହିଁ ଶକ୍ତି,

'ବାୟୁ' ଏବଂ 'ପାଣି' ସେଥିରୁ ଉତ୍ପନ୍ନ,

ବିଶ୍ବ ସାରା ପରିବ୍ୟାପ୍ତି।


ଏତେ ବ୍ୟାପକତା ତାଙ୍କଠାରେ ଅଛି,

ମର୍ତ୍ତ୍ୟର ଦେବତା ସିଏ,

ଉପରୁ ନରମ, ଅନ୍ତରୁ କଠିନ,

ଏପରି ପ୍ରତିମା ଟିଏ।


ହାତ ଧରି ଯିଏ ଚାଲିବା ଶିଖାନ୍ତି,

ଜୀବନ ଯାହାଙ୍କ ଦାନ,

ପ୍ରାଣନାଥ ସିଏ,ମନର ଦେବତା,

ପୂଜା କର ଦେଇ ମନ।


ସଂସାର ନଈକୁ ପାରି ହେବାପାଇଁ,

ଅଛି ଏକମାତ୍ର କାତ,

ଖୁସିରେ ଖୁସିରେ ପାରି ହୋଇଯିବି,

ଧରି ବାପାଙ୍କର ହାତ ।


Rate this content
Log in