STORYMIRROR

Sarita Rani Mohanty

Others

4  

Sarita Rani Mohanty

Others

ଅଭିନୟ ଭିନ୍ନ

ଅଭିନୟ ଭିନ୍ନ

1 min
154


ଜୀବନ ନାଟକ କା ପାଇଁ କିପରି

   ଦେଇ ଥାନ୍ତି ତ ଈଶ୍ୱର

କର୍ମ ଅନୁସାରେ ଫଳ ଲଭିଥାଏ

   ଅଭିନୟ ତାର ସ୍ଥିର।


ଇଛା ଅନୁସାରେ ହୁଏ ନାହିଁ କିଛି

   ଆଶା ସପନ ଭାଙ୍ଗାଇ

ରାଜା ହୋଇ କେବେ ହୁଏ ସେ ଫକୀର

  ଫକୀର ରାଜା ହୁଅଇ ।


ନାରୀ ପାଇଁ ପରା କେତେ ଅଭିନୟ

  କରିବାକୁ ପଡ଼ିଥାଏ

ଜାୟା,ଓ ଜନନୀ ଭଗିନୀ ହୋଇ ସେ

  କର୍ତ୍ତବ୍ୟ ରେ ମାତିଥାଏ।


ଧୈଯ୍ୟ ରେ ଧରିତ୍ରୀ ସହନେ ପର୍ବତ

   ତଥାପି ପାଏ କଷଣ

ଅଭିନୟ ତାର ପରିବର୍ତ୍ତନରେ

   ବିତାଇ ଥାଏ ଜୀବନ।


ମାଆଟିଏ ତାର କରେ ଅଭିନୟ

   ତା ପିଲାଙ୍କ ଭାଗ୍ୟ ଦେଖି

କେ ରାଜ ଗାଦିରେ କେ ରାଜ ରାସ୍ତାରେ

  ହୋଇ ନ ପାରେ ସେ ସୁଖୀ।


ନାରୀ ଅଭିନୟ ବଢ଼ି ଯାଇଥାଏ

  ହୁଏ ଯେବେ ସାଥୀ ହରା

ପିଲାଙ୍କ ପାଇଁକି ଭିନ୍ନ ଭିନ୍ନ ଭାବେ

   ଅଭିନୟ କରେ ପରା।


ପିଲାଙ୍କ ସପନ ପୂରଣ ପାଇଁକି

   କେତେବେଳେ ଆୟା ହୁଏ

କେତେବେଳେ ବାପା କେତେବେଳେ ବନ୍ଧୁ

   ପିଲା ପାଇଁ କରୁଥାଏ।


କେଉଁ ବାପା ଅବା ପିଲା ପାଇଁ ତାର

   ମାଆ ଅଭିନୟ କରେ

ଜୀବନ ନାଟକେ ଅଭିନୟ ପାଇଁ

   ବସିଥାଏ ଅପେକ୍ଷାରେ।


ମଣିଷ ଜୀବନ ଅତିବ ବିଚିତ୍ର

   ଈଶ୍ୱର ହାତେ ଲଗାମ

ନିଜ ଇଚ୍ଛାରେ ସେ କିଛି ଅବା କେବେ

   କରେ ନାହିଁ କେଉଁ କାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍