Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜାଗିଛନ୍ତି ବ୍ରହ୍ମ ଅଗ୍ନି

ଜାଗିଛନ୍ତି ବ୍ରହ୍ମ ଅଗ୍ନି

1 min
6.7K


ସନ୍ଥକବି ଭୀମ ଭୋଇ


ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ

ଧାପ ଦେଉଛନ୍ତି ଏକୋଇଶ ବ୍ରହ୍ମାଣ୍ଡେ । ଘୋଷା ।

ବ୍ରହ୍ମ ବେନି ଭାଗ କଲା ଅଧେ ବ୍ରହ୍ମାଣ୍ଡ ରଚିଲା

ଗୁପତ ହୋଇ ରହିଛି ଆହୁରି ଖଣ୍ଡେ ।

ଏକ ବ୍ରହ୍ମ ରୂପ ଗୋଟି ଚାହିଁ ଚକ୍ଷୁଯିବ ଫୁଟି

ଯାହା ମୁଁ ଦେଖିଛି କିସ କହିବି ତୁଣ୍ଡେ ।।

କାଷ୍ଠର ପାଉଁଶ ନାହିଁ ଧୂମ ଧୂଆଁ ନ ଦିଶଇ ।

ଗୁଡ଼ ଘୃତ ନାହିଁ ହୁତାଶନ ପ୍ରଚଣ୍ଡେ ।

ସାବଧାନ ହେଲେ ଯାଇ ହସ୍ତ ମାରି ଦେବେ କହି

ଲଲାଟ ପଟରେ ଲେଖା ହୋଇଛି ମୁଣ୍ଡେ ।।

ଶବ୍ଦ ବ୍ରହ୍ମ ଏକ ରୂପ ସକଳ ଜୀବଙ୍କ ବାପ

ଆସ୍ଥାନ ତଳରେ ସେବା ଭକତି ଛିଡ଼େ ।

ବସିଅଛନ୍ତି ଅନାଦି ଶୂନ୍ୟ ଆସନ ସମ୍ପାଦି

ଅଣ ଶବଦ ପ୍ରକାଶ ଅମନ ଦାଣ୍ଡେ ।।

ହଜି ଯାଇଅଛି ସିନା ଉଦେ କରାଅ ବାସନା

ଯେବଣ ସୁକୃତ ଅଛି କରମ କାଣ୍ଡେ ।

ନିଗମ ପଥ ଆବୋରି ଅସାଧନାରେ ସୁମରି

ଧର ଦୃଢ଼ ବନ୍ଧେ ଜୀବ ଥାଉ ଏ ପିଣ୍ଡେ ।।

ଯେଉଁ ଜନ ଭକ୍ତ ତା'ର ସେହୁ ଜାଣେ ବ୍ରହ୍ମ ସାର

ଶ୍ରୀପଦ ତଳରେ ଶିର କମଳ ମଣ୍ଡେ ।

ଅକ୍ଷୟ ବ୍ରହ୍ମରେ ମିଶି ଏକ ରୂପ ପ୍ରାୟେ ଦିଶି

ତାକୁ କେହି ସରି ନୋହେ ତିନି ବ୍ରହ୍ମାଣ୍ଡେ ।।

ପିନ୍ଧନ୍ତି ବୃକ୍ଷ ବକଳ ନେତ୍ରେ ଦେଖୁଛ ସକଳ

ଅତିଥି ପ୍ରାୟେ ବୁଲନ୍ତି ଧରମ ଦାଣ୍ଡେ ।

ବୋଲେ ଭୀମସେନ ଭୋଇ କେହି ଅନ୍ତ ପାଇ ନାହିଁ

ଘୋଡ଼ାଇ ରଖିଛି ଶୂନ୍ୟ ଗୁପତ ଭାଣ୍ଡେ ।।

ସମାପ୍ତ


Rate this content
Log in