କଥା ଦେବ କି?
କଥା ଦେବ କି?
1 min
200
ଜୀବନର ସାୟଂ କାଳରେ
ଛାଡିବନି ହାତ ମୋର
ଦେହ ମୋର ଯେବେ ଶିଥିଳ ହୋଇବ
କରିବନି କେବେ ପର l
ଥରିଲା ହାତକୁ ସାହାରା ଯେ
ତୁମ ଆତ୍ମୀୟ ଭାବ
କର୍ଣ୍ଣେ ନ ଶୁଣି ବୁଝିଯିବ
ନୟନେ ବେଦନା ଭାବ l
ଜୀବନେ ଯେପରି ବନ୍ଧୁର ପଥେ
ଚାଲିଅଛେ ସାଥୀ ହୋଇ
ଅପରାହ୍ନରେ ବି ତୁମେ
ହେବ ମୋ ଦେହର ଛାଇ l
ପରସ୍ପର ପାଇଁ ରହିଥିବା ସଦା
କୁସୁମେ ସୁବାଷ ସମ
ସଦା କାଳେ ଚିର ସବୁଜ
ଆମର ଅମର ପ୍ରେମ l
ଭୁଲିବି ବୟସର ତାଡନା
ମୋର ଦମ୍ଭ ହେବ
ଆସୁ ଯେତେ ବାଧା ବିଘ୍ନ
ଏଇ କଥା ଦେବ କି?
