ସ୍ମୃତିସ୍ନାତା
ସ୍ମୃତିସ୍ନାତା
1 min
3.6K
ଚାଲ ତମ ଆମ ସମ୍ପର୍କ ବିଷୟରେ କିଛି କଥା ହେବା
ଅତୀତର କଥାକୁ ଭାବି
ଟିକେ ଖୁସି ହେବା
କେଜାଣି କେମିତି ସମ୍ପର୍କର ନଈଟା
ଶୁଖି ଆସିଲାଣି
ନା ଶ୍ରାବଣ ଆସୁଛି
ନା ବରଫ ପାଲଟିଥିବା ହୃଦୟ ତରଳୁଛି
ନଈରେ ଆଉ ବୋଧହୁଏ ପାଣି ହବନି
ସେଥିରେ ଉତାରି ପାରିବିନି
ମୋ ଭାବନାର ଡଙ୍ଗା
ଗାଇ ପାରିବିନି ଜୀବନ ଗୀତ
ସେଥିପାଇଁ କହୁଛି
ଚାଲ ଫେରିଯିବା କିଛି କ୍ଷଣ ଅତୀତକୁ
ହୃଦୟରେ ଭରି ନେବି ସବୁ ଉଲ୍ଲାସ
ମୁଁ ହେବି ସ୍ମୃତିସ୍ନାତା
ତୁମେ ହଜିଯିବ ମଜିଯିବ ତୁମ ଦୁନିଆରେ ......
........ ପଦ୍ମାଳୟା