Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

2  

Writer Roja Panda

Others

ମୁଁ କାହିଁକି ଲେଖେ ?

ମୁଁ କାହିଁକି ଲେଖେ ?

1 min
198



ମୁଁ କାହିଁକି ଲେଖେ,

ନିଜକୁ କବିତାରେ ହଜେଇଦେବା ପାଇଁ

ଛାତିର କୋହକୁ ଚାପିରଖିବା ପାଇଁ

ନା ଜୀବନର ବାସ୍ତବ ରୂପକୁ 

ମନେ ପକାଇବା ପାଇଁ ।


ମୁଁ କାହିଁକି ଲେଖେ,

ନିଜର ପ୍ରତିଛବିକୁ ପ୍ରିୟତମାର

ଆଖିରେ ଦେଖିବା ପାଇଁ

ନିଦରେ ଆସୁଥିବା ସ୍ବପ୍ନ ସହ ହଜିଯିବା ପାଇଁ

ନା ଅନ୍ଧକାର ଭିତରେ 

ଆଲୁଅକୁ ଖୋଜିବା ପାଇଁ ।


ମୁଁ କାହିଁକି ଲେଖେ,

ମରୀଚିକା ପଥରେ ପାଦ ଗଣିବା ପାଇଁ

ଅସ୍ପଷ୍ଟ ଛବିର ଚିତ୍ରାଙ୍କନ ପାଇଁ

ନା ଜୀବନର ପ୍ରକୃତ ମୂଲ୍ୟର

ଅବଲୋକନ କରିବା ପାଇଁ ।


ମୁଁ କାହିଁକି ଲେଖେ,

ହାରିଯାଇଥିବା ମୁହୂର୍ତ୍ତକୁ ମନେ ପକାଇବା ପାଇଁ

କରିଥିବା ଚେଷ୍ଟାରେ ଅବହେଳା ଖୋଜିବା ପାଇଁ

ନା ଆଉଥରେ ସାହସ ବାନ୍ଧି 

ସ୍ବପ୍ନ ସାକାର କରିବା ପାଇଁ ।


Rate this content
Log in