Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Eli Mohanty

Others

2  

Eli Mohanty

Others

ରାସ୍ତା କଡର ଝିଅ

ରାସ୍ତା କଡର ଝିଅ

1 min
6.5K


ରାସ୍ତା କଡର ଝିଅ

ଖରାରେ ପଖାଳେ ଦିହ

ଶିଝାଏ ବୟସ

ହକାଳି ଚିପୁଡି ନିଗାଡେ

ମହ ମହ ବାସ୍ନାମୟ ରଂଗ

ସେ ବାସ୍ନାରୁ ଟିପେ ଶୁଂଘିନେଇ

ହାଇମାରେ ମଉଳା ସଂଜ

ରାସ୍ତା କଡର ଝିଅକୁ

ନାୟିକା କରି ତିଆରି ହୁଏ ଚଳଚିତ୍ର

ଦାନ୍ତ ନେଫେଡି ହସେ ଝିଅ

ପୋଷ୍ଟରରେ ଦେଖି ଚିହ୍ନା ଚିହ୍ନା ମୁହଁ

ଟଂକା ଉଡେ, ତାଳି ପଡେ

ବିକ୍ରିହୁଏ ଗୋଟିଏ ଦେଶର ଗରିବୀ

ରାସ୍ତା କଡର ଝିଅକୁ ମାଧ୍ୟମକରି

ଝିଅ ପରି ଦେଶ ଯୋଉଠିକୁ ସେଇଠି ।

ରାସ୍ତା କଡର ଝିଅ

ଗଜରା ବିକେ, ଅନ୍ଧାର ମାଖେ

ଫାଳେ ଆକାଶରେ

ଗାରିଆ ମାରିଆ କରି ଝୁଲେଇଥାଏ ତାଲିକା

ରାତି ବଢେ

ଆକାଶ କାନ୍ଥରୁ ଚୂନ ଝଡେ

ଫୁଟିକି ଦିଶେ ତାଲିକା

ରାସ୍ତା କଡର ଝିଅ ଗେଣ୍ଡାପରି ଖୋଳପାରୁ ଗୋଡକାଢେ

ବିବେକ ବନ୍ଧାହୁଏ

ଖୁଁ ଖୁଁ କାଶର ମଳିଚିଆ ଅଗଣାରେ

ଲୁହ ଲୁଚିଯାଏ

ନୁଖୁରା ହାଣ୍ଡି, କଡେଇର

ଶୁଖିଲା ଆଁ ଭିତରେ

ରାସ୍ତା କଡର ଝିଅ

ଫୋପାଡି ଦିଏ ଦେହର ମୋହ

ସୈାଦା କିଣିବା ପାଇଁ ସଉଦା ହବାକୁ ଯାଏ....!!


Rate this content
Log in