Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

ଜୀବନ ସୋପାନ

ଜୀବନ ସୋପାନ

1 min
307


ପ୍ରେମର ମହାମିଳନରେ

ସୃଷ୍ଟିର ହେଲା ଉତ୍ପନ

କେଉଁଠୁ ଆସିଲା କେମିତି ଆସିଲା

ଅଦଭୂତ ଏ ଜୀବନ l

ପଶୁପକ୍ଷୀ କୀଟ କେଉଁଠାରୁ ସୃଷ୍ଟି

ଭଗବାନଙ୍କୁ ହିଁ ଜଣା

ସୃଷ୍ଟିର ଶ୍ରେଷ୍ଠ ମଣିଷ ଜୀବନ

ଜ୍ଞାନୀଙ୍କ ମଧ୍ୟରେ ଗଣା l

ପ୍ରଥମେ ସୃଷ୍ଟି କେମିତି ହେଲା

ବିଭିନ୍ନ ମତ ଅଛି

ଭୃଣ ଠୁଁ ବୃଦ୍ଧ ଅଷ୍ଟ ପ୍ରହର

ଏକଥା ଲେଖାଅଛି l

ଖୁବ ସୁନ୍ଦର ଆଠଟି ପାହାଚ

ଚାରୋଟି ଅବସ୍ଥା ଅଟେ

ବାଲ୍ୟ, ଯୌବନ, ଗୃହସ୍ଥ, ବୃଦ୍ଧ

ସଭିଙ୍କ ଜୀବନେ ଆସେ l

ବାଲ୍ୟ ଯୌବନ ଗୃହସ୍ଥ ଜୀବନ

ସୁଖେଦୁଃଖେ କଟିଯାଏ

ବୃଦ୍ଧ ଅବସ୍ଥା ଆଶା ବାଡ଼ିକୁ

ସାହାରା କରିଥାଏ ।


Rate this content
Log in