Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

5.0  

Writer Roja Panda

Others

ଆମ ଭିତରର ଅହଂକାର

ଆମ ଭିତରର ଅହଂକାର

1 min
218


ଆମ ଭିତରର ଅହଂକାର

ଲେଖିକା - ରୋଜା ପଣ୍ଡା


ସବୁ ସମ୍ପର୍କର ମୂଲ୍ୟ ଯା ପାଖେ ଅସାର

ଦେଖିବାକୁ ଯିଏ ଖୁବ କଦାକାର

ସେ ପରା ଆମ ଭିତରର ଅହଂକାର.........


ଯାହାର ଜ୍ୱାଳାରେ ଜାଗିଉଠେ ମନ ତଳ ଅସୁର

ଖଣ୍ଡ ବିଖଣ୍ଡିତ ହୁଏ ଏ ସାରା ସଂସାର

ସେ ପରା ଆମ ଭିତରର ଅହଂକାର.........


ଆଗମନେ ଯାର ଆସିଯାଏ ଜୁଆର

ପୂରଣ ହୁଏନି ତା ପାଇଁ ଉପୁଜିଥିବା କ୍ଷତିର

ସେ ପରା ଆମ ଭିତରର ଅହଂକାର........


ଭୁଲିଯାଏ ଯିଏ ଆପଣା ପର

ଭୁଲ କରୁଥାଏ ଥରକୁଥର

ସେ ପରା ଆମ ଭିତରର ଅହଂକାର......


ଯାହା ପାଇଁ ନିଜଲୋକ ହୁଅନ୍ତି ଦୂର

ରକ୍ତ ସମ୍ପର୍କକୁ ଭୁଲି ଆମର

ସେ ପରା ଆମ ଭିତରର ଅହଂକାର........


ମାନ ସମ୍ମାନ ସବୁ ଯାଏ ପ୍ରାଣୀର

ଲୋକହସା ହୁଏ ଯା ପାଇଁ ନର

ସେ ପରା ଆମ ଭିତରର ଅହଂକାର.......


ବୁଝେନାହିଁ ଯିଏ ସ୍ନେହ କାହାର

ନିଜ ହାତେ ଭାଙ୍ଗେ ଗଢିଲା ଘର

ସେ ପରା ଆମ ଭିତରର ଅହଂକାର.......


ଗୁରୁଜନେ କରେ ଦୁର୍ବ୍ୟବହାର

ସାନଙ୍କୁ ଦିଏନା ସ୍ନେହ ଆଦର

ସେ ପରା ଆମ ଭିତରର ଅହଂକାର.......


ଭୁଲ ଦେଖେନାହିଁ କେବେ ନିଜର

ଦୋଷ ତ୍ରୁଟି ଦେଖେ ସଦା ଅନ୍ୟର

ସେ ପରା ଆମ ଭିତରର ଅହଂକାର.......


କେବଳ ମୁଁ ହିଁ ଠିକ ବୋଲି ଦିଏ ଉତ୍ତର

ବାହାନା ଖୋଜେ ସେ ସବୁ ପ୍ରଶ୍ନର

ସେ ପରା ଆମ ଭିତରର ଅହଂକାର......


ପ୍ରଶଂସା ଶୁଣିଲେ କେବେ ଅନ୍ୟର

ମନ ଜଳିଯାଏ ଇର୍ଷାରେ ତାର

ସେ ପରା ଆମ ଭିତରର ଅହଂକାର......


ଉନ୍ନତି ଦେଖିଲେ ଆଉ କାହାର

ସ୍ୱାଗତ ବଦଳେ କରେ ଟାହି ଟାପ୍ପର

ସେ ପରା ଆମ ଭିତରର ଅହଂକାର.......


ଶେଷରେ ହୁଅଇ ଯେ ନାରଖାର

ଦୁନିଆଁ ଉଡାଏ ଥଟ୍ଟା ଯାହାର

ସେ ପରା ଆମ ଭିତରର ଅହଂକାର.......


ଯାହାକୁ ଛାଡିଲେ ଖୁସି ଲଭିବ ନର

ସବୁରି ହୃଦୟେ ହେବ ଅମର

ସେ ପରା ଆମ ଭିତରର ଅହଂକାର......


ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଶୁପାଟଣା,କଟକ-୭୫୩୦୧୦

ଦୁରଭାଷ - ୯୪୩୮୧୭୫୯୩୦



Rate this content
Log in