STORYMIRROR

Jyotirmayee Panda

Others

3  

Jyotirmayee Panda

Others

ହେ କୃଷ୍ଣ

ହେ କୃଷ୍ଣ

1 min
159

କୃଷ୍ଣ ହେ ତୁମେ ଫେରିଆସ ପୁଣି

ହାତେ ଧରି ତବ ମୋହନ ବଂଶୀ ।

ନୂତନ ସକାଳ ନୂତନତା ଆଣୁ

ଧରାପୃଷ୍ଠ ଆଜି ଉଠୁ ହେ ହସି ।

ଗୋପପୁର ପରି ପୁଣି ଖେଳିଯାଉ

ସ୍ପ୍ରଧା ର ନାଗରା ଏ କଳିରେ ।

ଅସହ୍ୟ ହେଲାଣି ପାତକର ଭାର

ମଥୁରା ପରି ଏ ଦେଶେ ହା ହା କାର ।

ବଳବନ୍ତ ଏଠିି କଂସ ର ଶାସନ

ମହାମାରୀ ଲଙ୍ଘେ ଏଠି ସର୍ବୋଚ୍ଚ ଆସନ ।

ଫେରିଆସ ପୁଣି ପ୍ରଭୁ ଏ ଧରାପୃଷ୍ଠକୁ

ଧର୍ମ ସଂସ୍ଥାପନା ପାଇଁ ଅସ୍ତ୍ର ଧରିବାକୁ ।

ତବ ଶ୍ରୀଚରଣ ସ୍ପର୍ଶ ଖୋଜେ ଧରିତ୍ରୀ ମା' ଏବେ

ପାଦ ଥାପି ଶକ୍ତି ଦିଅ ବିଜୟର ମାର୍ଗେ ।


Rate this content
Log in