Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

1.3  

Raja Sekhar CH V

Others

ସୌନ୍ଦର୍ଯ୍ୟ ସ୍ତୁତି

ସୌନ୍ଦର୍ଯ୍ୟ ସ୍ତୁତି

1 min
181



କେମିତି କରିବି ତୁମ ସୌନ୍ଦର୍ଯ୍ୟ ସ୍ତୁତି,

ବିମୋହ ରେ ସ୍ତବ୍ଧ ହୋଇଛି ମତିଗତି,

ସୁବର୍ଣ୍ଣରେଖା ନାମ ର ହେଲାଣି ସ୍ମୃତି,

ତୁମ ରୂପରେଖା ସୃଷ୍ଟି କରିଛି ସମ୍ପ୍ରୀତି |୧|


ଲାଗୁଛ ପୁନେଇ ରାତି ର ଇନ୍ଦୁ,

ଲାଗୁଛ ପଦ୍ମପତ୍ର ଉପରେ ବିନ୍ଦୁ,

ଲାଗୁଛ ରଙ୍ଗମଞ୍ଚ ର କେନ୍ଦ୍ରବିନ୍ଦୁ ,

ଲାଗୁଛ ପୁଷ୍ପରସ ର ମଧୁରବିନ୍ଦୁ |୨|


ଲାଗୁଛ ବସନ୍ତବେଳର କଅଁଳିଆ ପତ୍ର,

ଲାଗୁଛ ତୁଳସୀଚଉରା ର ପବିତ୍ର ପତ୍ର,

ଲାଗୁଛ ରଙ୍ଗୀନ କାଗଜ଼ ରେ ଶ୍ୱେତପତ୍ର,

ଲାଗୁଛ ବର୍ଷା ରେ ଭିଜିଥିବା ମୃଦୁଳ ପତ୍ର |୩|


ଲାଗୁଛ ମାଣବସା ଗୁରୁବାର ର ଚିତାଲେଖା,

ଲାଗୁଛ ସୁଷୀମ ସୂର୍ଯ୍ୟୋଦୟ ର ସ୍ୱର୍ଣ୍ଣଲେଖା,

ଲାଗୁଛ ଚିତ୍ରକାରର ଚିରସ୍ମରଣୀୟ ଚିତ୍ରଲେଖା,

ଲାଗୁଛ ପୁଲକିତ ପ୍ରେମିକର ପ୍ରଥମ ପ୍ରେମଲେଖା |୪|


ଲାଗୁଛ ଯେମିତି ନନ୍ଦନକାନନର ଅପରାଜିତା,

ଲାଗୁଛ ଯେମିତି ଓଡ଼ିଆ ଚଳଚ୍ଚିତ୍ରର ମହାଶ୍ୱେତା,

ଲାଗୁଛ ଯେମିତି ବନର ସୋମଲତା ସୁମଲତା,

ଲାଗୁଛ ଯେମିତି ବହୁଦିନର ପ୍ରୀତିକର ପରିଚିତା |୫|


ଯେବେ ତୁମେ ଦେବ ମୋ ପ୍ରେମକୁ ସ୍ଵୀକୃତି,

ନେବା ଶ୍ରୀଜୀଉ ଗୁରୁଜନଙ୍କ ସୌହାର୍ଦ୍ଦ ସମ୍ମତି,

ପବିତ୍ର ବନ୍ଧନ ପାଇଁ ଆବଶ୍ୟକ ଏହି ଅନୁମତି,

ଆଗାମୀ ଜୀବନ ରେ ସୁନିଶ୍ଚିତ ହେବ ପ୍ରଗତି |୬|


କେମିତି କରିବି ତୁମ ସୌନ୍ଦର୍ଯ୍ୟ ସ୍ତୁତି,

ପ୍ରଚେଷ୍ଟା କରୁଛି ଭିନ୍ନ ବିଭିନ୍ନ ପଦ୍ଧତି,

ବିଦ୍ୟମାନ ଅଛି ତୁମ ପାଖେର ସୁମତି,

ଏହା ଲାଗୁଛି ଏକ ଅପାସୋର ଅନୁଭୂତି |୭| 


Rate this content
Log in