Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ସଂସ୍କାର

ସଂସ୍କାର

1 min
189


ବିଦ୍ୟାଳୟ ଅଟେ ସଂସ୍କାରର ଘର

ଘର ହିଁ ତା ମୂଳଦୁଆ 

ବିକାଶ, ପ୍ରଗତି ପରବର୍ତ୍ତୀ କାର୍ଯ୍ୟ

ହେବାକୁ ସମାଜେ ଠିଆ ।।


କେଉଁ କାରଣରୁ ଏବର ସମାଜ 

ହରାଇଅଛି ସଂସ୍କାର

ଯେଉଁ ବାପା ମାଆ କରିଛନ୍ତି ବଡ଼

ସେ କେମିତି ହେଲେ ପର ??


ପ୍ରଗତି ନାମରେ ଦୁର୍ଗତି ଆମର

ବଢୁଅଛି ବାରମ୍ବାର

ଅସହାୟ ସ୍ଥିତି ଭୋଗୁଅଛୁ ଆମ୍ଭେ

କିଏ ଦାୟୀ ହେବ ତାର ??


ଉଚ୍ଚ ଶିକ୍ଷା ଲଭି ବିଦେଶେ ଚାକିରୀ 

କରି ମାରୁ ବାହାସ୍ଫୋଟ

ପତ୍ନୀର କଥାରେ ଉଠ ବସ ହେଉ 

ଭାଙ୍ଗି ଯାଏ ସବୁ ଆଣ୍ଟ ।।


ଯେଉଁ ବାପା ମାଆ ନିଜ ପେଟ କାଟି

କରିଥିଲେ ସୁଶିଖିତ 

ଭୁଲିଗଲୁ କେତେ ସହଜରେ ସତେ

ଭାବିଲେ ଲାଗଇ ଦୁଃଖ ।।


ପୁତ୍ର ଜନମର ସବୁ ଋଣତକ

ଶୁଝିଦେଲୁ ରେ ବାଇନ 

ବାର୍ଦ୍ଧକ୍ୟ ଆଳୟେ ଛାଡି ଦେଇ ଆଜି

କରିଦେଲୁ ସତେ ଧନ୍ୟ !!


 


Rate this content
Log in