ଆହେ ଗଜାନନ
ଆହେ ଗଜାନନ
ମାତାଙ୍କ ଆଦେଶେ ଦ୍ଵାରପାଳ ହୋଇ
ଜଗିଥିଲ ଦ୍ବାରଦେଶ।
ବାଟଛାଡିବାକୁ କେତେ ଅନୁରୋଧ
କରିଥିଲେ ଆଶୁତୋଷ।
ଛାଡିଲନି ପଥ ମାତା କଥା ମାନି
ଶିବ ହେଲେ କ୍ରୋଧାନ୍ୱିତ ।
ନ ଭାବି ନ ଚିନ୍ତି ଉଠାଇ ତ୍ରିଶୂଳ
କଲେ ତବ ଶିର ଛ୍ଛେଦ।
କମ୍ପମାନ ହେଲା ତ୍ରିପୁର ଭବନ
ଜାଣିଲେ ମାତା ପାର୍ବତୀ ।
ଦ୍ବାରଦେଶ ଆସି ନୟନେ ଦେଖିଲେ
କ୍ରୋଧାନ୍ବିତ ପ୍ରାଣପତି ।
ବୋଇଲେ ହେ ନାଥ ଏ କି କଲ ତୁମେ
ନାଶିଲ ନିଜ ପୁତ୍ରକୁ ।
କେମନ୍ତ ବଞ୍ଚିବି ପୁତ୍ର ବିନା ମୁଁ ଯେ
ଫେରାଅ ମୋର ସୁତକୁ ।
ଶିବଙ୍କ ନିର୍ଦ୍ଦେଶେ ଦେବଗଣ ଯାଇ
ଆଣିଲେ ହସ୍ତୀର ଶିର ।
ହସ୍ତୀ ଶିର ଯୋଡି ଗଜାନନ କଲେ
ତବ ପିତା ମହେଶ୍ବର ।
ତାଙ୍କରି ଆଶିଷେ ଅଗ୍ରବନ୍ଦ୍ୟ ହେଲ
ଆହେ ପ୍ରଭୁ ଗଜାନନ।
ବିଦ୍ୟାର ଭଣ୍ଡାର ମୂଷିକ ବାହାନ
ଦିଅ ତୁମେ ବିଦ୍ୟାବୁଦ୍ଧି ।
ଅଜ୍ଞାନୀ କୁ ତୁମେ ଦେଇ ଥାଅ ଜ୍ଞାନ
ଆହେ ପ୍ରଭୁ ରିଦ୍ଧି ସିଦ୍ଧି ।
ବିଘ୍ନ ବିନାଶନ ଆହେ ଗଜାନନ
ଲୀଳା ଖେଳା ତୁମ ଧନ୍ୟ।
କୋଟି ଦେବ ମଧ୍ଯେ ଅଗ୍ରପୁଜ୍ୟ ତୁମେ
ପୂଜେ ତବ ଶ୍ରୀ ଚରଣ।
ଧରାପୃଷ୍ଠେ ତୁମେ ଆସି ବିଜେକଲ
ଦେଖିଯାଅ ମର୍ତ୍ତ୍ୟପୁର ।
ପାପର ଭାର ଯେ ବଢିତ ଯାଉଛି
ଶୀଘ୍ର ପାପ କର ଦୂର।
**************
ଶ୍ରୀ ଡମ୍ବରୁଧର ବାଗ