Audio

Forum

Read

Contests

Language


Write

Sign in
Wohoo!,
Dear user,
ମୋ ଗାଁର ସନ୍ଧ୍ୟା
ମୋ ଗାଁର ସନ୍ଧ୍ୟା
★★★★★

© Prakash Sahoo

Others

2 Minutes   1.2K    4


Content Ranking

ଘନ ଅନ୍ଧକାର ତାରକା ସଙ୍ଗରେ,

ସେହି ପୁନେଇଁ ରାତିର ଜହ୍ନ,

ଗାଁ ଠାରୁ ଦୂରେ ରହିଛି କେମିତି?

ଭାବେ ସବୁବେଳେ ମୋର ମନ।


ଟିକି ଟିକି ତାରାର ମେଳରେ,

ଜହ୍ନ ମାମୁଁର କ୍ଷୀଣ ଆଲୁଅରେ,

ମା’ ଡାକେ ହେ ଜହ୍ନ ମାମୁଁ ତୁ ଆରେ ,

ମୋ ଧନ ଶୋଉ ନାହିଁ ତାକୁ ବୁଝାରେ।


ନିତ୍ୟକର୍ମ ସାରି ସୁରୁଜ ବିଶ୍ରାମ ନିଏ।

ଧରିତ୍ରୀ କୋଳରେ ଚତୁର ସନ୍ଧ୍ୟା,

ଅନ୍ଧାର ସାଥେ ଧିରେ ଧିରେ ପାଦ ଥୁଏ।

ସବୁ ଦିନ ପରି ମୋ ଗାଁରେ ସନ୍ଧ୍ୟା ହୁଏ।


ହେଉ ସେ ଘରର ଘରଣୀ ,

ଅବା ସଭିଁଙ୍କର ଆଦରର ପାତ୍ର ତରୁଣୀ,

ଦୀପ ଜାଳେ ସନ୍ଧ୍ୟାରେ ଚଉରା ମୂଳେ,

ଦୃଶ୍ୟଟି ସଭିଙ୍କ ମନରେ ଆନନ୍ଦ ଭରେ।


ମୋ ଗାଁ ମୁଣ୍ଡ ଦେଉଳର ପାଖେ ,

କେବେ ଠିଆ ହୋଇ ଗଲେ ଘଡ଼ିଏ,

ଶଙ୍ଖସ୍ୱର ଆଉ ଭଜନର ତାଳେ,

ମୁଣ୍ଡ ମୋର ଆପେ ନଇଁ ଯାଏ


ବୁଢା ବାପା ଡାକେ ମୋ ବୋହୂ କାହିଁ ଗଲା?

ସନ୍ଧ୍ୟା ତ ହେଲାଣି ଚା’ ଟିକେ ନ ଦେଲା।

ବେଗି ବୋହୂ ସବୁ କାମ ଛାଡି ଚା’ ବଢ଼େଇ,

ବୁଢା ବାପାଙ୍କ ପାଦକୁ ଛୁଉଁ ଆଶିଷ ମାଗଇ।


ଗାଁ ଠାକୁରାଣୀ ଦେଉଳ ଶିଖରେ,

ଉଡୁଥାଏ ଶାନ୍ତିର ପ୍ରତୀକ ନେତ।

ଗାଁର ସନ୍ଧ୍ୟାରେ ଭାଗବତ ଘରେ,

ହୁଏ ଗାଁ ଲୋକଙ୍କର ସମବେତ।


ଗାଁର ସନ୍ଧ୍ୟାରେ ସଭିଏଁ ଫେରନ୍ତି,

ନିଜ ନିଜର କର୍ମ ସାରି।

ଚାଷୀ ଭାଇମାନେ ଚାଲିଥାନ୍ତି,

ସାଙ୍ଗରେ ବଳଦ,ଗାଈକୁ ଧରି।


ମୋ ଗାଁ ସନ୍ଧ୍ୟାରେ ଖେଳ ପଡିଆ,

ଅନ୍ତିମ ବେଳର ବିଗୁଲ ବାଜେ।

ଗାଁର ପିଲା ଖୁସିରେ ଘରକୁ ଫେରନ୍ତି।

ସତେ କି ମହତ କାମ କରି ଆସିଛନ୍ତି ।


ମୋ ଗାଁର ସେହି ଆମ୍ବ ତୋଟା।

ସନ୍ଧ୍ୟାରେ ଆସନ୍ତି ବଣୁଆ ହେଟା।

ଆଈ ମା’ କହେ ନାତି ଯିବୁ ନାହିଁ ,

ସେଠି ବଣୁଆ ହେଟା କରିବେ ହଟହଟା।


ମୋ ଗାଁର ସେ ଝଙ୍କା ବରଗଛ ଛାଇ,

ଅବା ଚା’ ପକୁଡିର ସେ ଦୋକାନୀ ଭାଇ।

ଆଗମନ ହୁଏ ବୁଢାଠୁ ଟୋକା ଯାଇ,

ସତେ କି ଚାଲିଛି ନିର୍ବାଚନର ଲଢେଇ।


ମନେ ପଡେ ଗାଁର ପୁନେଇଁ ରାତି କଥା।

ଖଜୁରୀ ଡାଳରେ ବାଇ ଚଢେଇ ବସା,

ମନ ମୋହି ଯାଏ ମା’ ହାତ ଗଢା,

ପୁନେଇଁ ପରବେ ଏଣ୍ଡୁରି,ମଣ୍ଡା ଆରିସା।


ମୋ ଗାଁର ସନ୍ଧ୍ୟାର ସେହି ଅଙ୍କାବଙ୍କା ରାସ୍ତା,

ବର୍ଷା ଦିନର ଝିପ ଝିପ ବର୍ଷାର ଛିଟା,

ପୁଣି ସନ୍ଧ୍ୟାର ଗାଈ ଦୁଇଁବାର କଥା,

ସବୁ ମନେ ପଡେ ମୋ ଗାଁର ସେହି ସନ୍ଧ୍ୟା


ଗାଁ ନଇଁ କୁଳେ ସନ୍ଧ୍ୟାରେ ଯେବେ ବସେ,

ସୁଲୁ ସୁଲୁ ହୋଇ ମଳୟ ପବନ ବହି ଆସେ,

ଆର ଗାଁ ସୁନ୍ଦରୀ ମୋ ଭାବନାକୁ ଆସେ,

ମୋ ମନେ ସତେ କି ବଉଳ ବାସେ।


ପକ୍ଷୀ ରାଇଜର ପ୍ରତ୍ୟାବର୍ତ୍ତନ ଦେଖେ,

ମୋ ମନେରେ ସେ ଦୃଶ୍ୟ ଉଲ୍ଲାସ ଭରେ,

ବର୍ଷାର ଦିନରେ ସନ୍ଧ୍ୟାରେ ବସି ମୁଁ,

ମୋ ପ୍ରିୟା କଥା ଭାବି କବିତା ଲେଖେ।


ସନ୍ଧ୍ୟା ଅଗମନେ ସୁରୁଜ ବୁଡିଲେ,

ମୋ ଗାଁ ବଦଳାଏ ତାର ବେଶ।

ତା କୋଳରେ ସାଇତା ପିଲାଦିନ କଥା,

କିଏ ଆଉ ତାକୁ ଭୁଲିପାରିବ?


ସବୁ ମନେ ପଡେ ସନ୍ଧ୍ୟାର କାଳରେ,

ବିକଳ ହୁଅଇ ମୋ ମନ,

ଗାଁ ମାଟି କଥା ମମତାର ଡୋରି,

ଯହିଁ ଗଢା ମୋର ଏ ଜୀବନ।


ଯେତେ ଦୂରେ ଥିଲେ ପଛେ ମୁହିଁ,

ମୋ ଗାଁ ମାଟି କେବେ ଭୁଲିବି ନାହିଁ।

ଯାହା ବିନା ମୋର ଅସ୍ତିତ୍ୱ ନାହିଁ,

ସେହି ତ ମୋ ଗାଁ ମୋ ଜନମ ଭୂଇଁ।


ପ୍ରକାଶ ସାହୁ

ଅନ୍ଧକାର ତାରକା ପୁନେଇଁ

Rate the content


Originality
Flow
Language
Cover design

Comments

Post


Some text some message..