STORYMIRROR

Jyostna mishra

Others

3  

Jyostna mishra

Others

ପୁସ୍ତକ

ପୁସ୍ତକ

1 min
204


ପୁରୁଣା କାଳର ହିସାବୀ ଆମେ ଯେ 

ପଢିବାକୁ ଇଚ୍ଛା ବେଶୀ

ବହି ପଢି ଯେତେ ମନେ ରଖିପାରି ନାହୁଁ

ମନେରଖୁ ବେଶୀ ଘୋଷି ।


ପୁସ୍ତକ ଭାଷାଟି ଭଲ ଲାଗେ ଯେବେ

କଥା ଠାରୁ ଲଥା ଥାଏ

ଅମୃତ ତୁଲ୍ୟ ସେ ବାଣୀ ଯେ ଅଟଇ

ମନ ମୋହି ନେଉଥାଏ ।।


ପୂରୁବ ପଶ୍ଚିମ ଉତ୍ତର ଦକ୍ଷିଣ

ସବୁ ବିଷୟର ଜ୍ଞାନ

ପଢି ପାରିଥିଲେ ପର ପିଢି ମାନେ

ଦେଉଥିବେ ସନମାନ ।


କେବେ ଠାରୁ ଆମ ହେତୁ ହେବାଠାରୁ

ଜ୍ଞାନର ଭଣ୍ଡାର ସେହି

ଜଗତ ଆଗରେ ସାକ୍ଷର ଆମେରେ

ପୁସ୍ତକ ପଢିବା ନେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍