Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

4.3  

Kalyani Nanda

Others

ଅପରୂପା

ଅପରୂପା

1 min
695



ନାରୀ ତୁମେ ,

ନିନାଦିତ ନିର୍ଝରିଣୀ ସମ ,

ଛନ୍ଦ ମୟୀ, କାବ୍ଯ ମୟୀ ,

ସୁଶୋଭିତ ପ୍ରକୃତି ସମ ,

ହାସ୍ୟ ମୟୀ, ଲାସ୍ଯ ମୟୀ,

ଧୈର୍ଯ୍ଯ ଶୀଳା ଧରିତ୍ରୀ ର ,

ତୁମେ ଅଟ ତା ପ୍ରତିଛବି । ।


ନାରୀ ତୁମେ ,

ଚନ୍ଦ୍ରମା ର ଶୁଭ୍ର ଜ୍ଯୋସ୍ନା ସମ ,

ଶୁଭ୍ର ମୟୀ, ଦୀପ୍ତି ମୟୀ,

ଉଷା ର ରବି କର ସମ ,

କାନ୍ତି ମୟୀ, ଆଶା ମୟୀ,

ବିଶାଳ ଆକାଶ ର ବିସ୍ତୃତି ,

ପ୍ରତିବିମ୍ବିତ ତବ ଜୀବନେ ଆଜି । ।


ନାରୀ ତୁମେ ,

ଶାମୁକା ରେ ଲୁକ୍କାୟିତ ମୁକ୍ତା ସମ ,

ଜ୍ଯୋତିର୍ମୟୀ, ଆଭା ମୟୀ,

ଉନ୍ମତ୍ତ ଜୁଆର ସମ ,

ଚଂଚଳ ମୟୀ, ଉନ୍ମାଦ ମୟୀ,

ନୀଳ ସାଗରର ଅମାପ ଗଭୀରତା,

ସଂଚିତ ଅନ୍ତରେ ତୁମରି । ।


ହେ ନାରୀ ,

ତ୍ଯାଗ ଓ ମହାନତାର ର ଅନଳେ ତୁମେ ବାରମ୍ବାର ପରୀକ୍ଷିତା, ଦଗ୍ଧିଭୂତା,

ତଥାପି ଅନ୍ତରର ପ୍ରତି ଟି କୋଣୁଁ ଝରିପଡ଼େ ତବ କ୍ଷମା ର ଅଜସ୍ର ଧାରା ,

ହେ ମହିୟସୀ ,

ତୁମେ ଯେ ସ୍ନେହ ମୟୀ, ଦୟା ମୟୀ । ।


ଆସୁ ଯେତେ ଝଡ ଝଞ୍ଜା ଜୀବନ ପଥେ ,ହୁଅ ଅବା ଲାଂଛିତା, ଅପମାନିତା,

ତଥାପି ଶାନ୍ତ , କମନୀୟ ଅଂଗୁ ତବ ଝରିପଡ଼େ କରୁଣା ର ଅମୃତ ଧାରା ,

ଜୀବନ ଯୁଦ୍ଧରେ ତୁମେ ବିଜୟିନୀ, କ୍ଷମା ଦାତ୍ରୀ, କରୁଣାମୟୀ । ।


କଲ୍ଯାଣୀ ନନ୍ଦ,

ବୁଢାରଜା, ସମ୍ବଲପୁର, ଓଡିଶା । ।



Rate this content
Log in