ଡିମ୍ବ
ଡିମ୍ବ
ଡିମ୍ବ
ଡିମ୍ବ ରୁ ଲାଭା
ଲାଭା ରୁ ପ୍ୟୁପା
ପୁଣି ପ୍ୟୁପା ରୁ ପ୍ରଜାପତି
ଏଥିରୁ କେଉଁ ରୂପ ଟା ତୋର କହ?
କଣ ଏଠି ସୌନ୍ଦର୍ଯ୍ୟ ର ପରିଭାଷା?
କେହି ଜଣେ କହୁଥିଲା
ଏ ତ ନିୟମ ପ୍ରକୃତି ର
ପରିବର୍ତନଶୀଳ ଦୁନିଆ ରେ
କେଉଁଟା ଚିରକାଳ ର ଅବା
ଆଛା ଆଛା
ସେଥିପାଇଁ
ସବୁ ଏଠି
ଖୋଳପା ର ଆବରଣ
ରଙ୍ଗଶାଳା ର ଅଭିନୟ
ଧୋବ ଫର ଫର ଲୋକ ର
ଗୁପତ ପାପର ବିଚାର
ଆଜି ଯାଏଁ ଭଲ ବୋଲାଉଥିବା ଲୋକଟା
ଏଇ ଏବେ ଏବେ
ଅବାଟ କୁ ଗଲା
କେଉଁ ବାଟ?
ସେଇ ବାଟ
ଯେଉଁଟି ରଙ୍ଗର ହାଟ
ପ୍ରତିଷ୍ଠାର ନାଟ
ଓ କେଡେ ମୋହ ସତେ
ମହାନ ସେ
ଦାନୀ ବୋଲାଇବାର ଅଭିପ୍ସା
ଏବେ ଏବେ ବୟସ ର ମୋଡ଼
ସମୟ ର ମୋଡ଼
ସେଇ ଭଲ ବୋଲାଉଥିବା ଲୋକ
ଛନ୍ଦି ହୋଇପାରେ ମୋହରେ !
ଠିକ ଅସଂସାରୀ ବାବାଜୀ ର
କୌପୀନ ଚିନ୍ତା
ସଂସାରୀ କରିଦେବା ପରି
କିଛି ଫରକ ନାହିଁ
ମଣିଷ ଆଉ ସଁବାଳୁଆଟା ଭିତରେ
ଶାରଦା ପ୍ରସାଦ ପରିଡ଼ା