ଏ ମନ ମାନେନା
ଏ ମନ ମାନେନା
ଏ ମନ ମାନେନା କେବେ
ଏ ମନ ଦେଖୁଛି କେବେ
ତୋର ପ୍ରତିଛବି ନିତି।
ଏ ମନ ହାରେନା କେବେ
ଏ ମନ ଖୋଜୁଛି କେବେ
ତୋର ସେହି ଉପସ୍ଥିତି।।
ସାଉଁଟିଛି ମୁହିଁ କେତେ
କଳ୍ପନାର ଶୌଧ ଯେତେ
ଶାମୁକା ମୋତିଠୁ ବଳି।
ଅପେକ୍ଷାରେ ମୁ ତୋହର
ସପନର ସୌଦାଗର
ତୋହ ପାଇଁ ଯିବି ଜଳି ।।
ରଙ୍ଗତୁଳୀ ଧରି ହାତେ
କାନଭାସେ ଆଂକେ ତୋତେ
ତୋ କଳ୍ପନା ରାଇଜକୁ।
ତୋ ସପନ ବାଲିଘର
ଥାପିକି ମୋ ହୃଦୟରେ
ଚାହିଁଥିବି ତୋ ଆନକୁ ।।
ତୋରି ଆଗମନେ ଆଶା
ମନେ ମୋ ବାନ୍ଧିଛି ବସା
ଫୁରକିନା ଉଡିଯିବା ।
ରଚିବା ପ୍ରଣୟ ନିଡ଼
ବନେଇ ସପନଗଡ
ମତୁଆଲା ହୋଇଯିବା ।।
ପ୍ରତୀକ୍ଷାର ହେବ ଅନ୍ତ
ସାଜିବି ମୁ ଯେ ଶ୍ରୀମନ୍ତ
ହେବୁ ଶ୍ରୀମନ୍ତିନୀ ତୁହି।
ଡ଼ରିବାନି ଦୁନିଆକୁ
ଭୁଲିଯିବା ସମୟକୁ
ଏକାକାର ଆମେ ହୋଇ ।।
ଦେବବ୍ରତ ଜେନା
ଶିକ୍ଷକ, ରଣସିଂହପୁର ଆଶ୍ରମ
ଭୋଗରାଇ, ବାଲେଶ୍ୱର
9583138533