Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2.5  

Sukanti Hotta

Others

ଲୀଳାମୟ

ଲୀଳାମୟ

1 min
427


ସୁଖକୁ ଆବୋରି ତୋତେ ମୁଁ ଭୁଲିଛି

ଦୁଃଖହରା ତୋତେ ପାଶୋରି ଦେଇଛି,

ଅତି ଉନ୍ମାଦରେ ଆତ୍ମ ଗରବରେ

ତୋର ନାମକୁ ମୁଁ ଭୁଲି ଯାଇଛି l


ମୁଁ ଭୁଲି ଯାଏ, ତୁ ଭୂଲୁ ନାହୁଁ

ପ୍ରେମର ଡ଼ୋରୀ ରେ ପାଶେ ନେଇ ଯାଉ,

ତୋର ଆଶୀର୍ବାଦ ମୋର ମସ୍ତକରେ

ସଦାବେଳେ ରଖିଥାଉ l


ଅଜ୍ଞାନ ଅନ୍ଧାରେ ମୋତେ ରଖିଛୁ

ଲୀଳାମୟ ତୁ ଲୀଳା କରୁଛୁ,

ପ୍ରେମର ଡ଼ୋରୀରେ ମୋତେ ବାନ୍ଧି ଦେଇ

ସଦାବେଳେ ସୁଖ ଭରି ଦେଇଛୁ l


ସୁକାନ୍ତି ହୋତା

ତାଳଚେର


Rate this content
Log in