Nayak Akshaya raazhasti

Others

3  

Nayak Akshaya raazhasti

Others

ଯୁଗ ଧ୍ୱନି

ଯୁଗ ଧ୍ୱନି

2 mins
11.4K


ପ୍ରିୟ ଦୈନିକ ଟିପାଖାତା ।


ମୁଁ କଳକାରଖାନାର ଧୂଳି ଓ ଧୂଆଁରେ ନିଇତି ପାଦ ଥାପିଥିବା କର୍ମଚାରୀ ଟିଏ ।

ସେଦିନ ଥିଲା ମୋ' ଏ ' ଶିଫ୍ଟ ଅର୍ଥାତ୍ସେ ସକାଳ ଛ ରୁ ଦିନ ଦୁଇଟା ସମୟ ପର୍ଯ୍ୟନ୍ତ ଦିନ ଥାଏ । ଷ୍ଟାଫ୍ ମାନଙ୍କର ବିଭିନ୍ନ ସମସ୍ୟା ଲାଗିରହିଥିବା ରୁ ବେଳେ ବେଳେ ଓଭର୍ ଡ୍ୟୁଟି ବି କରିବାକୁ ହୁଏ । କିନ୍ତୁ ସେଦିନ ସେମିତି କିଛି ନଥିଲା । ଡ୍ୟୁଟି ସାରି ଘରକୁ ଫେରି ଆସିଥିଲି । ଘରେ ପହଞ୍ଚିଲା ବେଳକୁ ତିନିଟା କୋଡିଏ ମିନିଟ୍ । ଟିକେ ଫ୍ରେସ୍ ହୋଇ କଣ ଦିଟା ଖାଇ ଦେଇ ବିଶ୍ରାମ ନେବା ନିତିଦିନିଆ କାମ । ସେଇୟା ବି ହେଲା ।

ବିଶ୍ରାମ ନେଉ ନେଉ ଶୋଇପଡ଼େ ବେଳେବେଳେ ଘଣ୍ଟାଏ ପର୍ଯ୍ୟନ୍ତ । କିନ୍ତୁ ସେଦିନ ଅଧିକ ସମୟ ଧରି ଶୋଇପଡ଼େ।


ହଠାତ୍ ନିଦ ଭାଙ୍ଗେ କିଛି ଅକସ୍ମାତ୍ ଧ୍ୱନି ପ୍ରତିଧ୍ୱନି ର ସବଦରେ । ପ୍ରଥମେ ଭାବିଲି ଏଇଟା ଚୈତ୍ର ମାସ ତ । ଗାଁ ଠାକୁରାଣୀ ଙ୍କ ପାଖେ କାଳିଶି ଲାଗିଥିବେ । ପୁଣି ଶୁଭିଲା ହରିବୋଲ । ହୁଳହୁଳି ନା ,ଆଉ ଶୋଇ ହେବ ନି । ବାହାରକୁ ଆସି ଦେଖେ ତ ଗାଆଁ ଦାଣ୍ଡରେ ପ୍ରତି ଘର ସାମନାରେ ପିଲା ଠୁ ବୁଢ଼ା ଯାଏଁ ରୁଣ୍ଡ ହୋଇ କିଏ ଘଣ୍ଟ ବଜାଉଛି ତ । ଆଉ କିଏ ଥାଳି କୁ ଚାମଚ ଦ୍ଵାରା ବଜାଉଛି । ଆଉ ସ୍ତ୍ରୀ ଲୋକ ମାନେ ଶଙ୍ଖ ନାଦ, ଘଣ୍ଟି ଶବ୍ଦ କରୁଥାନ୍ତି । କିଛି ବି ବୁଝିପାରିଲି ନାହିଁ । ପଚାରି ବାରୁ ଗାଁ ଅଙ୍ଗନବାଡି କର୍ମୀ କହିଲେ । କରୋନା ନିପାତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଏକୋଇଶ ଦିନ ଯୋଦ୍ଧା ମାନକୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଉଛି । ଡାକ୍ତର, ପୋଲିଶ୍, ଝାଡୁଦାର, ମିଡିଆ. ଓ ସରକାର କେତେ ଚିନ୍ତିତ ଏଇ କରୋନା ନିପାତ ପାଇଁ । ସତେ , ତେବେ ଏତେ କଥା ।

ଏଇ କଥା ଶୁଣୁ ଶୁଣୁ ଚୁପ୍ ହୋଇ ରଖିପାରିଲି ନାହିଁ ।

ଉଚ୍ଚ ସ୍ବରରେ କହିଲି ଜୟ ଭାରତ୍ ।



Rate this content
Log in