STORYMIRROR

Shaktiprava Mishra

Others

4  

Shaktiprava Mishra

Others

ଯୋଦ୍ଧା

ଯୋଦ୍ଧା

5 mins
430


       ଓକିଲବାବୁ ମୋର ଗୋଟିଏ ଅଭିଯୋଗ ଆପଣଙ୍କୁ ଶୁଣିବାକୁ ହେବ ଆଉ ତାର ସମାଧାନ ବତେଇବାକୁ ପଡିବ ।

ଫେସବୁକ ଟାଇମ ଲାଇନ ରେ ହାତରଖି କହୁଛି ଯାହା କହିବି ସତ କହିବି । ସତ ଛଡା ଆଉ କିଛି କହିବିନି ।

-----ହହାହା , ପ୍ରଥମେ କୁହନ୍ତୁ ଆପଣଙ୍କର ଅଭିଯୋଗ କଣ ?

ମୋ ଟାଇମଲାଇନ ରେ ମୋତେ ନ ପଚାରି ସମସ୍ତେ ଟାଗ କରୁଛନ୍ତି । ମୁଁ ଅତିଷ୍ଠ ହୋଇଗଲିଣି । ଆଉ ସହିହେଉନି ।

----ଆପଣ କାହାକୁ ଟାଗ କରିଛନ୍ତି ନା ନାହିଁ ?

କରିଛି ଆଜ୍ଞା । କିନ୍ତୁ ଆଗେ ଆଗେ । ଏବେ ଆଉ କରୁନି ।

----ଓ .... କରୁଥିଲେ ତ ? ତାହେଲେ ଏବେ କେମିତି ଅଭିଯୋଗ କରୁଛନ୍ତି ଆପଣଙ୍କୁ କେହି ଟାଗ କରିବେନି ?

    ନିହାତି ଦରକାର ହେଲେ ମୁଁ ଅନ୍ୟକୁ ଟାଗ କରିଛି ସତ କିନ୍ତୁ ଯେତେବେଳେ ମୋ ମତଲବ ରେ କାହାକୁ ଟାଗ କରିଛି ଖୁବ ଅସହଜ ମନେକରିଛି।

----କିନ୍ତୁ କାହିଁକି ?

ଭଲକଥା କହୁଛନ୍ତି ଆପଣ? ଫେସବୁକ ରେ ଗଦାଗଦା ପୋଷ୍ଟିଂ ପରା ଏଇ ଟାଗ ନକରିବା କଥାକୁ ନେଇ । କିନ୍ତୁ କବି ଲେଖକ ମାନଙ୍କର କଣ କାହାକୁ ଡର ଅଛି ?

----ଓହୋ ଆପଣ ତାହେଲେ କବି ?

ହଁ ।

------କିନ୍ତୁ ଏ କଥାକୁ ଆମେ କେମିତି ବିଶ୍ୱାସ କରିବୁ ?

ଆପଣ ମୋ ଟାଇମ ଲାଇନକୁ ଯାଇ ଚେକ କରନ୍ତୁ ।ବଳେବଳେ ଜାଣିଯିବେନି ।

-------ଆପଣଙ୍କର ତାହେଲେ ପୋଷ୍ଟିଂ କମ ଥିବ ?

  ନା ନା ନା ବହୁତ ପୋଷ୍ଟିଂ ମୋର । ମୋର ଫେସବୁକରେ ପରା ୪୦୦୦ ସାଙ୍ଗ । ମୋତେ ଦରକାର ପଡେନି କାହାକୁ ଟାଗ କରିବା ।

-----କବି ଲେଖକଙ୍କ ପାଇଁ ଆମେ କିଛି କରିପାରିବୁନି ମାଡାମ ।

କିନ୍ତୁ କାହିଁକି ? ଏମାନେ କଣ ମଣିଷ ନୁହନ୍ତି ? ତାଙ୍କ ପାଇଁ କିଛି ନିୟମ କାହିଁକି ରହିବନି ? ଯିଏ ଯେତେବେଳେ ଚାହିଁଲା ଆଉ ଜଣଙ୍କ ଅଗଣାରେ ନାଚିବା ଆରମ୍ଭ କରି କହିବ ଦେଖ ମୋ ନାଚ ।ଭଲ ନଲାଗିଲେ ବି ପଢ଼ ଆଉ ଲାଇକ କର । ଭଲ କଥା କହୁଛନ୍ତି ଆପଣ ?

----- ନ ନାଚିଲେ ଏମାନଙ୍କ ଖାଦ୍ୟ ହଜ଼ମ ହେବନି ଯେ !

 ଆଁ ????

------ ଗୋଟେ କାମ କରିହେବ । ଫେସବୁକ ମାଲିକ ଯଦି ନିୟମ ରଖିଦେବ ଅତି କମରେ ନିଜର ୩୦୦୦ ସାଙ୍ଗ ନଥିଲେ ଜଣେ ଅନ୍ୟକୁ ଟାଗ କରିପାରିବନି ।ତେବେ ଏ ସମସ୍ୟାର ସରଳ ସମାଧାନ ହୋଇଯିବ ।

  କିନ୍ତୁ ନିଜର ଏତେ ସାଙ୍ଗ ଥିଲେ ଜଣେ ଆଉ ଜଣକୁ ଟାଗ କରିବ କାହିଁକି ?

-----ଏବେ କଣ ହୋଇଛି ମାଡାମ ଆପଣଙ୍କର ୪୦୦୦ ସାଙ୍ଗ ଦେଖି ଅନ୍ୟମାନେ ଆପଣଙ୍କୁ ଟାଗ କରୁଛନ୍ତି । ଟାଗ ମାଷ୍ଟ୍ରମାନଙ୍କର ପୋଷ୍ଟିଂ ଆଉ ନୋଟିଫିକେସନରେ ଆପଣ ଅତିଷ୍ଠ ହୋଇ ଉଠୁଛନ୍ତି ।

    ହଁ...ସେଇଥିପାଇଁ ତ ମୋର ଏ ଅଭିଯୋଗ । ମୋତେ ଶାନ୍ତି , ସୁରକ୍ଷା କିମ୍ବା ଅର୍ଥ କିଛି ନମିଳିଲେ ମୁଁ ଅନ୍ୟର ଏଭଳି ବିଶୃଙ୍ଖଳାକୁ କାହିଁକି ବରଦାସ୍ତ କରିବି ? ଏମିତି ଅନ୍ୟାୟ ମୁଁ କାହିଁକି ସହିବି ଯେ ?

------ଓହୋ..ତା ମାନେ ଆପଣ ଚାହୁଁଛନ୍ତି ନିଜଘରେ ଶାନ୍ତି ଆଉ ସୁରକ୍ଷା ଯଦି ନମିଳିଲା ଅନ୍ତତଃ ଅର୍ଥଲାଭ ମିଳୁ ?? କିଛି ବୁଝିହେଉନି ଯେ ..ଅର୍ଥ କିଏ ଦବ ଆପଣଙ୍କୁ ?

         ଓକିଲ ବାବୁ ବ୍ୟାଙ୍କରେ ଟଙ୍କା ରଖିଲେ ସୁଧ ମିଳୁଛି ନା ନାହିଁ ? ମାଲିକର ଘରେ ରହିଲେ ଭଡା ଦେବାକୁ ପଡୁଛି ନା ନାହିଁ ? ଠିକ ସେମିତି ମୁଁ ଦିନରାତି ମୋର ସବୁ କାମ ଭୁଲି , ଆଖି ଫୁଟେଇ ଫୁଟେଇ ଏତେ ସାଙ୍ଗ ଅର୍ଜିଲି । ମୋ ଅଗଣାରେ ନାଚି ଯଦି ଜଣେ ଏତେ ଦର୍ଶକ ବା ଶ୍ରୋତା ପାଇଲା କାହିଁକି ସେ ଏଥିପାଇଁ ଅର୍ଥ ନଦେବ ଯେ ?

---- କିନ୍ତୁ ମାଡାମ ସେମାନେ ପରା ଆପଣଙ୍କର ସାଙ୍ଗ । ସାଙ୍ଗଠୁ ଆପଣ ଅର୍ଥ ନେଇପାରିବେ ? ଅତିଥି ଭଳି ସେମାନେ ଆସୁଛନ୍ତି , ସମ୍ପର୍କ ଗାଢ଼ କରୁଛନ୍ତି , ଖୁସି ବାଣ୍ଟୁଛନ୍ତି । ଅର୍ଥ ଲାଭ ଆଶାରେ ଏତେ ଗଭୀର ବନ୍ଧୁତ୍ୱକୁ ଆପଣ ଫିକା କରିଦେବା କେତେଦୂର ଠିକ ହେବ ଥରେ ଭାବିକରିି କୁହନ୍ତୁ ।

   ପୋଲିସବାବୁ , ଆପଣ କୁହନ୍ତୁ ଜଣେ ମଣିଷର ହଜାର ହଜାର ସାଙ୍ଗ ରହିପାରିବେ ? ଏମାନେ ସବୁ ମୋର ଫେସବୁକ ବନ୍ଧୁ । ଯେଉଁମାନଙ୍କୁ ମୁଁ ଦିନେକାଳେ ଦେଖିନି କି ଦେଖାହେଲେ ସେମାନେ ମୋତେ ଚିହ୍ନିବେନି । ମୋର ଉଦ୍ଦେଶ୍ୟ ଅର୍ଥଲାଭ କରିବା ନୁହେଁ , ଅନ୍ୟମାନଙ୍କୁ ବାଟକୁ ଆଣିବା । ଆପଣ ଦେଖିବେ ପଇସା ପଡିଲେ ଆପେଆପେ ଠିକ ହୋଇଯିବେ ସମସ୍ତେ ।

  ----ହଁ ....ସବୁ ଠିକ ଯେ , ଏ କବି ଲେଖକ ଗୋଷ୍ଠୀ ପରା ଦେବାଳିଆ ଗୋଷ୍ଠୀ ପୁଣି ତାଙ୍କ ହାତରେ କଲମ । ମାଡାମ ହମକୋ ବନ୍ଧୁକ ସେ ଡର ନେହିଁ ଲଗତା ଜିତନି କଲମ ସେ ...ହେହେହେ ।

---- ଆପଣ ମଜା କରୁଛନ୍ତି ? କିଛି ଶୁଣିବିନି ମୁଁ ।ଆପଣଙ୍କର କାମ ଲୋକଙ୍କୁ ନ୍ୟାୟ ଦେବା । ମୋର ନ୍ୟାୟ ଦରକାର । ଆପଣ କହିଲେ ମୁଁ ଫେସବୂକ ମାଲିକ ବିରୁଦ୍ଧରେ ବି କେଶ କରିବି । କିନ୍ତୁ ଫେସବୁକର ଟାଗକୁ ନେଇ ଯୁଝି ହେଉଥିବା ନିରୀହ ଜନତାଙ୍କୁ ନ୍ୟାୟ ଦେଇକରି ହିଁ ରହିବି ।

---ଫେସବୁକ ଆମ ସରକାର ଅଧୀନରେ ନାହିଁ ମାଡାମ । ଆମେ ଏ ମାମଲାରେ ଆପଣଙ୍କୁ କିଛି ସାହାଯ୍ୟ ଦେଇପାରିବୁ ନି । ଫେସବୁକ ଓନରକୁ ଗୋଟେ ଚିଠି ଲେଖନ୍ତୁ ଆପଣ । ' ଟାଗ ରୁ ଆମକୁ ମୁକ୍ତି ମିଳୁ ନଚେତ ଭଡା ମିଳୁ ' । କିନ୍ତୁ ତା ପୂର୍ବରୁ ଆଉ ଗୋଟେ କଥା କରନ୍ତୁ ।ଟାଇମ ଲାଇନ ରେ ଗୋଟେ ପୋଷ୍ଟିଂ ଛାଡିଦିଅନ୍ତୁ । ସଫା ସଫା ଲେଖିଦିଅନ୍ତୁ ମୋର ବିନା ଅନୁମତିରେ ଯିଏ ମୋତେ ଟାଗ କରିବ ତାକୁ ମୁଁ ଅନଫ୍ରେଣ୍ଡ କରିଦେବି ।

   ଭଲକଥା କହୁଛନ୍ତି ଆପଣ ? ମୁଁ ସାମୂହିକ ଲଢେଇ କରି ସମସ୍ତଙ୍କୁ ନ୍ୟାୟ ଦେବାକୁ ଚାହିଁଲା ବେଳକୁ ଆପଣ ମୋତେ ବ୍ୟକ୍ତିଗତ ଲଢେଇ କରି ଫସେଇବାକୁ ଚାହୁଁଛନ୍ତି ।ପାଣିରେ ରହି କୁମ୍ଭୀର ସାଥିରେ ବଇରି ହେବି ମୁଁ ? ମୁଁ ପରା ଗୋଟାଏ କବି , ଲେଖକ । ମୋତେ ବି ତ ଇମେଜ ,ପବ୍ଲିସିଟି ଦରକାର ? ଏତେ କଷ୍ଟକରି ଏତେ ସାଙ୍ଗ ଅର୍ଜିଛି କଣପାଇଁ ଯଦି ସମସ୍ତଙ୍କୁ ଅନଫ୍ରେଣ୍ଡ କରିଦେବି ? ଯାହା ଦେଖୁଛି ଆପଣଙ୍କ ହାତରେ ଖଡା ସିଝିବନି । ଯାହା କରିବା କଥା ଏବେ ମୁଁ କରିବି ।

      ସୁଲେଖା ଭାବିଲା ଯାହା ଦେଖୁଛି ଏ ଟ୍ୟାଗ ରୋଗ ଭଲ କରିବା ପାଇଁ କିଛି ବି ଔଷଧ ନାହିଁ ।ଫେସବୂକ କୁ ସେ ଅନେକବାର ସୁଚେଇଲାଣି ତାର ଅଭିଯୋଗ ।ହେଲେ କେହି ଶୁଣୁନାହାନ୍ତି ତା କଥା । କଥାରେ ଅଛି ପରା କଣ୍ଟାକୁ କଣ୍ଟାରେ କାଢ଼ିବା ଦରକାର । ଏ ଦୁନିଆରେ ଭଲ ଲୋକଙ୍କର ସ୍ଥାନ ନାହିଁ । ସୁଲେଖା ଗୋଟେ ତାଲିକା ବନେଇଲା । ତାଲିକାରେ ପ୍ରତିଦିନର ନୂଆନୂଆ ଟ୍ୟାଗ ବନ୍ଧୁଙ୍କୁ ସାମିଲ କରିଲା । ଯେତେଯେତେ ଫୁଲ , ଜୀଫ , ବାର୍ତା , ଅଭିନନ୍ଦନ ଓ ଶୁଭସକାଳର ଫୋଟୋ, ଏମିତିକି ଭିଡ଼ିଓ ଯାହା ପାଇଲା ନିତି ସେମାନଙ୍କ ଟାଇମଲାଇନକୁ ମନଇଚ୍ଛା ପୋଷ୍ଟ କରିଚାଲିଲା ।ଦିନକୁ କୋଡିଏ ରୁ ଅଧିକ ପୋଷ୍ଟ ଦେଖି ଧୀରେଧୀରେ ବନ୍ଧୁମାନେ ଅତିଷ୍ଠ ହେବାକୁ ଲାଗିଲେ ।ସେମାନଙ୍କ ସାଙ୍ଗସାଥି ତାଙ୍କୁ ଇଆଡୁସିଆଡୁ ନାନାକଥା କହିଲେ । କଥା ଏକାନରୁ ସେକାନ ଘୁରିଲା । ଧୀରେ ଧୀରେ ଟାଗ କରିବା ଲୋକଙ୍କ ସଂଖ୍ୟା କମିଲା ଆଉ ଦିନେ ବନ୍ଦ ହୋଇଗଲା କହିଲେ ଚଳେ । ସୁଲେଖା ନିଶ୍ଚିନ୍ତ ହୋଇ ନିଜର ଉପସ୍ଥିତ ବୁଦ୍ଧି କୁ ପ୍ରଶଂସା କଲା ।

       ମେସେଞ୍ଜର ଆଉ ହ୍ଵାଟ୍ସଆପରେ କିଛି ବନ୍ଧୁ ପଚାରିଥିଲେ , ମାଡାମ ଆପଣ ଜଣେ ରାଇଟର ।ଏମିତି ପୋଷ୍ଟିଂ କରି କାହିଁକି ନିଜର ପ୍ରତିଛବି ବିକୃତ କରୁଛନ୍ତି ? ସୁଲେଖା ସେମାନଙ୍କୁ ଉତ୍ତର ଦେଇଥିଲା , ରାଇଟର ହୋଇ ଯାହା କରିପାରିଲିନି ଏବେ ଫାଇଟର (ଯୋଦ୍ଧା ) ହେବାରୁ ତାହା କରିପାରିଛି ।

    ଏ ଘଟଣାର କିଛିଦିନ ପରେ ଦିନେ ଆରାମରେ ବସି ନିଜର ଫେସବୁକ ଖୋଲି ସାଙ୍ଗ ଲିଷ୍ଟ କୁ ଦେଖି ଆଖି ତରାଟି ଦେଲା ସୁଲେଖା । ଏ କଣ ?ହଜାରେରୁ ଅଧିକ ଜଣ କବି ଲେଖକ ତାକୁ ଅନଫ୍ରେଣ୍ଡ କରିଦେଇଛନ୍ତି ?


(ଲେଖାଟିକୁ ପଢି କେହି ଦେହକୁ ନେବେନି ।କାହାରିକୁ ଆକ୍ଷେପ କରିବା ମୋର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ବିନା ଅନୁମତିରେ ଟାଗ କରିବାର ଏଇ କଦର୍ଯ୍ୟ ଅଭ୍ୟାସରୁ ଯଦି ଆମେ ଓହରି ଆସିବା ତେବେ ସମସ୍ତଙ୍କର ମଙ୍ଗଳ ହେବ ବୋଲି ଆଶା ରଖୁଛି ।)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shaktiprava Mishra