ଯେ ପାଞ୍ଚେ ପରମନ୍ଦ............
ଯେ ପାଞ୍ଚେ ପରମନ୍ଦ............
ଜେଜେମା..... ଜେଜମା...... ତୁମେ ଘରେ ଅଛ ଗାଁକୁ ଯାଇନ। କେଡେ ମିଛେଇ ସେ ଲୁନି । ମତେ ସେ କେତେ ମିଛ କଥା କହିଲା ତୋ ଜେଜେମା ଗାଁକୁ ଚାଲିଗଲେ। ମତେ ତ ଯମାରୁ ବିଶ୍ବାସ ହେଉନଥିଲା ତା କଥାରେ ମନେମନେ ଭାବିନେଲି ମତେ କିଛି ନ କହି ମୋ ଜେଜେମା କେମିତି ଚାଲିଗଲେ।
-----ହେଲେ ତୁ ତା କଥାକୁ ବିଶ୍ବାସ କେମିତି କଲୁ !
------ସେ ସେଭଳି କଥା କହିଲା ଜେଜେମା। ଠିକ୍ ଖିରରେ ସର ପକାଇଲା ଭଳି।
----ଆସେ ତତେ ଠିକ୍ ଏ ଭଳି ଗୋଟେ କାହାଣୀ ଶୁଣାଇଵି ।
ଏକ ଵିରାଟ ଘଞ୍ଚ ଜଙ୍ଗଲର ଗଛ କରୋଡରେ ଦୁଇଟି ପକ୍ଷୀ ସହ ତାଙ୍କର ସାବକମାନେ ବସାବାନ୍ଧି ରହୁଥିଲେ। ସେମାନଙ୍କର କିଚିରିମିଚିରି ଶବ୍ଦରେ ଚତୁର୍ଦିଗ କମ୍ପି ଉଠୁଥିଲା। ଛୋଟ ଥିବାଲାଗି ସାବକମାନେ ଉଡିବାର ଶିଖି ଜାଣିନଥିଲେ। ତେଣୁ ପ୍ରତିଦିନ ତା ମାଆ ପକ୍ଷୀଟି ତା ଥଣ୍ଟରେ ଖାଦ୍ୟଆଣି ତା ଛୁଆମାନଙ୍କୁ ଖାଇବାକୁ ଦେଉଥିଲା।
ଏ ସମୟରେ ହଟାତ୍ ଏକ କଳାବାଦଲ ଘନେଇ ଆସିଲା।
ଦିନେ ଏକ ବଣୁଆ ବିରାଡିଟି ସେ ଗଛତଳେ ଆଶ୍ରୟ ନେବାକୁ ଚାଲିଆସିଥିଲା। ଆଶ୍ରୟ ନେବା ସମୟରେ ତାର ନଜର ସେହି ପକ୍ଷୀ ସାବକମାନଙ୍କ ଉପରେ ପଡିଗଲା। ସିଏ ଖାଲି ସୁଯୋଗ ଖୋଜୁଥାଏ କେତେବେଳେ ସେ କରୋଡରେ ପଶି ପକ୍ଷୀଛୁଆମାନଙ୍କୁ ଖାଇବ।
ସେ ବଣୁଆ ବିରାଡି ମାଆ ପକ୍ଷୀ ସହ ବନ୍ଧୁତା ସ୍ଥାପନ କରି ମିଛିମିଛିକା ବୈଷ୍ଣମ ସାଜି ପକ୍ଷୀଛୁଆମାନଙ୍କୁ କିପରି ଖାଇବ ସେହି ଚେଷ୍ଟାରେ ସବୁବେଳେ ଥାଏ।
ଦୁଇ ଚାରିଥର ଗଛରେ ଚଢି ପକ୍ଷୀସାଵକମାନଙ୍କୁ ଖାଇବା ପାଇଁ ଉଦ୍ୟମ କଲାବେଳେ ମାଆ ପକ୍ଷୀର ନଜର ତା ଉପରେ ପଡିଯାଇଥିଲା। ଏହା ଜାଣିପାରି ମାଆପକ୍ଷୀଟି ନିଜ ସାବକମାନଙ୍କୁ ବିରାଡି କବଳରୁ କେମିତି ରକ୍ଷାକରିପାରିବ ପ୍ରାୟ ଦିନରାତି ପାଖରେ ଜଗି ରହୁଥିଲା।
ମନେମନେ ଭାବୁଥାଏ କେମିତି ଏ ବିଲେଇକୁ ପ୍ରଥମେ ଏଠୁ ତଡିବାର ଅଛି। ସେଥିପାଇଁ ସେ ଏକ ଯୋଜନା ପ୍ରସ୍ତୁତ କଲା। ତା ସାବକମାନଙ୍କ ସହ ବଡ ପାଟିରେ କିଚିରିମିଚିରି ହୋଇ ଆଲୋଚନା କଲା ଆମର ଏ ଗଛତଳେ ପୁଷିମାଉସି ଆମକୁ ଜଗି ବସୁଛନ୍ତି। କେବେହେଲେ ଆମର କ୍ଷତି ପହଞ୍ଚିନାହାନ୍ତି। ଜାଣିଛ ପିଲାମାନେ ଏ ପୁଷିମାଉସୀଙ୍କୁ କାଠୁରିଆ ଆସିବାର ଖବରଟି ଜଣାଇଦେବା। ସିଏ ତ ଏ ଗଛ କାଟିବ। ଆମେମାନେ ଉଡିଚାଲିଯିବା।
ଏ ପୁସିମାଉସୀଟି ଏ ଗଛ ତଳେ ଆଶ୍ରୟ ନେଉଛନ୍ତି। ସେ ଵିଚାରି କୁଆଡେ ଯିବେ। ପିଲାମାନେ ଜାଣିଛ ବଡ ଦୟା ଆସୁଛି ଏ ପୁସି ମାଉସୀକୁ ଦେଖି। ଵୁଢୀ ହୋଇଗଲେଣି ସେ। ଆମେମାନେ ଉଡି ଏ ଜଙ୍ଗଲ ଛାଡି ଦୂରକୁ ଉଡି ଉଡି ଯାଇପାରିବା। କିନ୍ତୁ ଏ ମାଉସୀ କୁଆଡେ ଆଉ ଯିବେ?
-----ଵିରାଡି ଏ କଥାଶୁଣି ପଚାରିଲା କଣ ହେଲାକି ତୁମେମାନେ କାହା ଵିଷୟରେ କଥା ହେଉଛ।
-----ଏ ମାଉସୀ ତୁମ ଵିଷୟରେ। ଅନ୍ୟମାନଙ୍କଠୁ ଶୁଣିବାକୁ ପାଇଲି ଶିକାରୀ ଏଠି ପକ୍ଷୀ ଶିକାର କରିବା ନିମନ୍ତେ ଵୁଲୁଛନ୍ତି । କେତେବେଳେ କାଠୁରିଆ ଆସି ଗଛ କାଟିବା ସହ ଶିକାରୀ ମଧ୍ୟ ପକ୍ଷୀ ଶିକାର କରିନେବ। ତୁମେ ତ ଏ ଗଛ ତଳେ ରହୁଛ କଣ କରିବ !! ଏବେଠୁ ହିଁ ସତର୍କ ହୋଇଯାଅ ମାଉସୀ। ତୁମେ ରହିବାପାଇଁ କିଛି ଆଶ୍ରୟ ଖୋଜ।
------ସେ ଏଠାକୁ ଯେତେବେଳେ ଆସିବ ତାକୁ ଦେଖି ଏ ଗଛ ତଳେ ନ ରହି ଅନ୍ୟ ଏକ ଗଛତଳକୁ ଚାଲିଯିବି ।
-----ହେଲେ ମାଉସୀ ତୁମେ ତ ଵୁଢି ହୋଇଗଲାଣି ବଳ ବୟସ ଚାଲିଗଲାଣି। ତୁମେ କଣ ତାକୁ ଦେଖି ଦୌଡିପାରିବ। ତୁମକୁ ଯଦି ସେ ତା ତୀରରେ ମାରିଦିଏ କଣ କରିବ ? ବର୍ତ୍ତମାନଠୁ ହିଁ ସତର୍କ ହୋଇଯାଅ। ସୁରକ୍ଷିତ ସ୍ଥାନ ଖୋଜ। ତୁମେ ଯୋରସେ ଦୌଡିପାରିବ।
-----ହଁ କାହିଁକି ନୁହଁ !
----ସିଏ ତୁମ ପିଛାକରିବ ଯଦି ?
-----ଆରେ ସିଏ ମତେ ଜାଣିନି ମୁଁ କେମିତି ଦୌଡେ।
------ହେଲେ ଜଙ୍ଗଲ ସାରା ତୁମକୁ ଖୋଜି ଖୋଜି ଗୋଡାଇବ।
ସିଏ ଜାଣିନି ମତେ, ମୁଁ କେମିତି ଦୌଡୁଛି ତୁମେମାନେ ଦେଖିବ ଏହା କହି ବିଲେଇ ଏତେ ପ୍ରଖର ବେଗରେ ଦୌଡିଲା ଯେ ନିଜେ ଜଙ୍ଗଲ ମଧ୍ୟରେ ବାଟବଣା ହୋଇ ଏକ ଗଭୀର ଗର୍ତ୍ତ ଭିତରେ ପଡିଗଲା।
ଆଉ ସେ ଗର୍ତ୍ତ ଭିତରୁ ଉଠିପାରିଲା ନାହିଁ। ମାଆ ପକ୍ଷୀଟି ଭାବିନେଲା ଯାହାହେଉ ଏ ଯୋଜନାଟି ଭଲ କାମ ଦେଲା। ଆମେ ଏଠି ଶାନ୍ତିରେ ଏଥର ରହିପାରିବା। ମୋ ସାବକମାନେ କିଚିରିମିଚିରି ହୋଇ ଏ ଡାଳରୁ ସେ ଡାଳକୁ ବୁଲି ପାରିବେ । ମାଆଟିର ଏଭଳି କଥାଶୁଣି ସାବକମାନେ କିଚିରିମିଚିରି ହୋଇ ଏଡାଳରୁ ସେ ଡାଳକୁ ଡିଆଁ ମାରିଲେ।
କଥାରେ ଅଛି ଯେ ପାଞ୍ଚେ ପରମନ୍ଦ ,ତା ମନ୍ଦ ପାଚନ୍ତି ଗୋବିନ୍ଦ।
ଏଥିରୁ ତୁ କଣ ସିଖିଲୁ କହିଲୁ ମତେ ଵିଜୁ
ଜେଜେମା ବହୁତ କଥା
ପ୍ରଥମରେ --- ନିଜେ କିଛି ନ ଦେଖି ନ ଜାଣି ଅନ୍ୟର କଥାରେ ବିଶ୍ବାସ କରିବା କେଵେ ଠିକ୍ ନୁହଁ।
ଦ୍ବିତୀୟରେ---- ଧୈର୍ଯ୍ୟର ସହ ବୁଦ୍ଧି ଖଟାଇ ପରିସ୍ଥିତିକୁ ମୁକାବିଲା କରିବାକୁ ପଡେ।
ତୃତୀୟାରେ ---ମିଛିମିଛିକା ବନ୍ଧୁତା ସ୍ଥାପନ କରି ଏବଂ ମିଛ କଥା କହି ଯେ ଅନ୍ୟର କ୍ଷତି କରିବାକୁ ଚାହେଁ ତାର ନିଜର କ୍ଷତି ହୁଏ।
