STORYMIRROR

Sunanda Mohanty

Others

3  

Sunanda Mohanty

Others

ଯାଦୁ କପ ଓ ମହାଭାରତର ଦୁଇମାଙ୍କଡ଼

ଯାଦୁ କପ ଓ ମହାଭାରତର ଦୁଇମାଙ୍କଡ଼

1 min
426


ମହାଭାରତ ଯୁଦ୍ଧ ପରେ ସମଗ୍ର ହସ୍ତିନାପୁରୀ ଛାରଖାର ହୋଇଯାଇଥିଲା. ଦୁର୍ଯ୍ୟୋଧନ ସହିତ ଶହେଭାଇ ଓ ପାଣ୍ଡଵ ପାଞ୍ଚଭାଇ ତଥା କର୍ଣ୍ଣ, ଦ୍ରୋଣ, ଭୀଷ୍ମ ପରି ଗୁଣୀ ଜ୍ଞାନୀ ମହାମାନୀ ଶହଶହ ମୃତ ଲୋକଙ୍କ ସହ ରକ୍ତନଦୀ ସନ୍ତରଣ କରି ଭାସିଯିବାର ଦୃଶ୍ୟ ପରେ ପରେ ଗୋଟିଏ କପ ଭାସୁଥିବାର ଦେଖାଗଲା. ବିଧବା ମାନଙ୍କ ବୁକୁଫଟା ଚିତ୍କାର ଓ ଶହଶହ ଅନାଥ ଶିଶୁମାନଙ୍କର ଆର୍ତ୍ତନାଦ ଓ ବାଳକବାଳିକା ମାନଙ୍କର କ୍ରନ୍ଦନ ଭିତରେ ଦୁଇଟି ହନୁମାଙ୍କଡ଼ ପାଖ ଗଛ ଡାଳରୁ ଡେଇଁପଡ଼ି କପଟିକୁ ଉଠେଇନେଲେ କିଛି ଖାଦ୍ୟ ଆଶାରେ. ହେଲେ ପ୍ରଥମ ମାଙ୍କଡ଼ଟି କପ ଧରିନେଲା ବେଳେ ତା ଭିତରୁ ଦ୍ରୌପଦୀଙ୍କ ମୁଁହ ଦିଶୁଥିଲା. ବିବଶ, ବୀଭତ୍ସଭାବେ ସେ ଦିଶୁଥିଲେ ଅଶୀ ବର୍ଷର ରମଣୀ ସଦୃଶ, ଆଉ କାନ୍ଦି କାନ୍ଦି ଏହି ଯୁଦ୍ଧର ପରିଣାମ ଏମିତି କାହିଁକି ହେଲା କହୁଥିଲା ବେଳେ ଆର ମାଙ୍କଡ଼ଟି କପଟିକୁ ଛଡାଇ ନେଲା, ଆଉ ସେ ଭିତରେ ସେ ଦେଖୁଥିଲା ସ୍ୱୟଂ ଶ୍ରୀକୃଷ୍ଣଙ୍କୁ l

  କୃଷ୍ଣ ଏହି ମହାଭାରତ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ରୂପେ ଦ୍ରୌପଦୀଙ୍କର ତିନିଗୋଟି ଭୁଲ ପାଇଁ ବୋଲି କହୁଥିଲେ. ପ୍ରଥମତଃ ସ୍ଵୟମ୍ବର ବେଳେ କର୍ଣ୍ଣଙ୍କୁ ଅପମାନିତ କରିବା, ଦ୍ୱିତୀୟତଃ କୁନ୍ତୀ ମାତାଙ୍କ କଥା ମାନି ପଞ୍ଚପତି ବରଣ କରିବା, ତୃତୀୟତଃ ନିଜ ବାସରେ ଦୁର୍ଯ୍ୟୋଧନଙ୍କୁ ଅନ୍ଧପୁତ୍ର କହି ତାତ୍ସଲ୍ୟ କରି ହସିବା l

 ଦୁଇମାଙ୍କଡ଼ କିଛି ନବୁଝି, ଖାଦ୍ୟ ନପାଇ କପଟିକୁ ଦୁରକୁ ଫିଙ୍ଗିଦେଇ ପୁଣି ଗଛ ଡାଳରେ ବସି ଦେଖୁଥିଲେ ବିଭୀଷିକା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍