Trushna Das

Children Stories Children

3  

Trushna Das

Children Stories Children

ଉପହାର

ଉପହାର

5 mins
344



ବହୁତ ବର୍ଷ ତଳର କଥା। ମୁକୁନ୍ଦପୁର ବୋଲି ଗୋଟିଏ ରାଜ୍ୟ ଥିଲା। ସେହି ରାଜ୍ୟର ରାଜକୁମାର ଜୟଦେବ ଗୁରୁକୂଳରେ ରହି ଯୁଦ୍ଧ ବିଦ୍ୟା ଶିକ୍ଷା ଗ୍ରହଣ କରୁଥିଲେ। ହେଲେ ସେ ବହୁତ ଡରୁଆ ଥିଲେ। ଗୁରୁ ବ୍ରହ୍ମାନନ୍ଦ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ଜୟଦେବ ଯୁଦ୍ଧ କଳାରେ ନିପୁଣ ହୋଇ ପାରିଲେ ନାହିଁ। ସବୁବେଳେ ଡରୁ ଥିଲେ। ଗୁରୁକୁଳର ବାକି ଶିଷ୍ୟମାନେ ଜୟଦେବଙ୍କ ଉପରେ ହସୁ ଥିଲେ। ବ୍ରହ୍ମାନନ୍ଦ ବି ଚିନ୍ତିତ ରହୁଥିଲେ। ରାଜକୁମାର ଜୟଦେବ ରାଜା ସୂର୍ଯ୍ୟଦେବଙ୍କ ଗୋଟିଏ ମାତ୍ର ସନ୍ତାନ, ମୁକୁନ୍ଦପୁରର ଉତ୍ତରାଧିକାରୀ। ସେ ଏମିତି ଡରୁଆ ହେଲେ କେମିତି ହେବ। ଜୟଦେବ ପୁଣି ଏତେ ନିରୀହ ଥିଲେ ଯେ ସେ କେବେ କାହାକୁ କଷ୍ଟ ଦେଇ ପାରିବେ ନାହିଁ କି କାହର ରକ୍ତ ଟିକିଏ ଦେଖିଲେ ବ୍ୟସ୍ତ ହୋଇ ଯାଉଥିଲେ। ଏତେ ନିରୀହ ଆଉ ଦୟାବାନ ହେଲେ ରାଜ୍ୟ ସମ୍ଭାଳିବେ କିପରି?

ଦିନକର କଥା। ସେଦିନ ଗୁରୁ ପୂର୍ଣ୍ଣିମା ଥାଏ। ସବୁ ଶିଷ୍ୟ ନିଜ ନିଜ ହାତରେ ଉପହାର ତିଆରି କଲେ ଗୁରୁ ବ୍ରହ୍ମାନନ୍ଦଙ୍କୁ ଦେବା ପାଇଁ। ଜୟଦେବ ବି ଗୋଟିଏ ସୁନ୍ଦର ଫୁଲ ଚାଙ୍ଗୁଡି ଆଉ ଗୁରୁଙ୍କ ବସିବା ପାଇଁ ବେତର ଚେୟାର ତିଆରି କଲେ। ସେଦିନ କିନ୍ତୁ ଗୁରୁ ବ୍ରହ୍ମାନନ୍ଦ ଜୟଦେବଙ୍କୁ ଅପମାନିତ କରି ଉଚିତ ଶିକ୍ଷା ଦେବା ପାଇଁ ଭାବିଲେ। କାଳେ ଅପମାନିତ ହେଲେ ସ୍ୱାଭିମାନରେ ଆଘାତ ପାଇଲେ ଜୟଦେବ ଠିକ ରାସ୍ତାକୁ ଆସିବେ। 

ଜୟଦେବଙ୍କ ଉପହାରକୁ ଗୁରୁ ବ୍ରହ୍ମାନନ୍ଦ ଗ୍ରହଣ କଲେ ନାହିଁ। ସବୁ ଶିଷ୍ୟଙ୍କ ସାମ୍ନାରେ ନାନା କଥା କହି ଅପମାନିତ କଲେ ଏବଂ କହିଲେ ସେ ତାଙ୍କ ଶିଷ୍ୟ ହେବାର ଯୋଗ୍ୟ ନୁହେଁ। କିଛି ଦିନ ମଧ୍ୟରେ ସେ ରାଜା ସୂର୍ଯ୍ୟଦେବଙ୍କୁ କହି ଜୟଦେବଙ୍କୁ ଗୁରୁକୁଳରୁ ବାହାର କରି ଦେବେ। 

ଏ କଥା ଶୁଣି ମନ ଦୁଃଖରେ ରାଜକୁମାର ଜୟଦେବ ଏକୁଟିଆ ଜଙ୍ଗଳ ଅଭିମୁଖେ ବାହାରି ଗଲେ। ସେ ମନେ ମନେ ଭାବୁ ଥାନ୍ତି ମୁଁ ଏତେ ଖୁସିରେ ଗୁରୁଜୀଙ୍କ ପାଇଁ ଉପହାର ତିଆରି କଲି, ହେଲେ ଗୁରୁଜୀ ମୋତେ ଉପହାର ବଦଳରେ ଅପମାନିତ କଲେ। ମୁଁ କଣ କରିବି ଯେ ଯୁଦ୍ଧ କଳାରେ ନିପୁଣ ହେବି। ମୁଁ ଡରୁଆ ନୁହେଁ ଯେ ଯୁଦ୍ଧରେ ମୋର କିଛି ହେବ, ହେଲେ ମୁଁ ଡରି ଯାଏ ଯେ କାଳେ ଅଭ୍ୟାସ କଲା ବେଳେ ମୋ ଖଣ୍ଡା ବାଜି ଗୁରୁଜୀ କି ମୋର ସାଙ୍ଗମାନଙ୍କର କିଛି କ୍ଷତି ହୋଇ ଯିବ। ଏ ସବୁ କଥା ଜୟଦେବ ନଦୀ କୂଳରେ ବସି ଗୁଣୁ ଗୁଣୁ ହୋଇ କହୁଥାନ୍ତି ଏବଂ ପାଣିକୁ ଗୋଟିଏ ଗୋଟିଏ ଛୋଟ ପଥର ଛାଟୁ ଥାଆନ୍ତି। 

ହଠାତ୍ ଗୋଟିଏ ଝିଅର ହସିବା ଶୁଣା ଗଲା। ଜୟଦେବ ଚାରି ଆଡକୁ ଚାହିଁଲେ ଏବଂ ପଚାରିଲେ କିଏ ତୁମେ। ତାପରେ ପୁଣି ସେଇ ଝିଅର ସ୍ୱର ଶୁଣା ଗଲା ମୁଁ ଘାସ ବୁଦା ପାଖରେ ଆଛି। ରାଜକୁମାର ଜୟଦେବ ଯାଇ ସେଇ ଘାସ ବୁଦା ପାଖରେ ଦେଖିଲେ ଯେ ସେଇଠି କେହି ନାହାଁନ୍ତି। ପୁଣି ସେ ପଚାରିଲେ କାହିଁ ଏଇଠି ତ କେହି ନାହାଁନ୍ତି। 

ଝିଅଟି କହିଲା ଆପଣ ତଳକୁ ଦେଖନ୍ତୁ। 

ଜୟଦେବ ତଳକୁ ଚାହିଁଲାରୁ ଦେଖିଲେ ଯେ ତଳେ ଗୋଟିଏ ଭଙ୍ଗା ଖଣ୍ଡା ପଡିଛି ଆଉ ସେଇ କଥା ହେଉଛି। 

ଜୟଦେବ : କିଏ ତୁମେ। ଏଠି କଣ ମାୟା ଜାଲ ଚାଲିଛି?

ସେଇ ଭଙ୍ଗା ଖଣ୍ଡା କହିଲା ଆପଣ ଯୁଦ୍ଧ କଳାରେ ନିପୁଣ ହେବେ ବୋଲି କହୁଛନ୍ତି ନା ମୁଁ ଆପଣଙ୍କୁ ନିପୁଣ କରିବି। 

ରାଜକୁମାର ଜୟଦେବ ସତରେ ତୁମେ ମୋତେ ଯୁଦ୍ଧ କଳାରେ ନିପୁଣ କରିବେ, ତାହା ହେଲେ ସେଇଟା ମୋ ଜୀବନର ସବୁଠାରୁ ବଡ ଉପହାର ହେବ। 

ଖଣ୍ଡାଟି କହିଲା ହଁ, କିନ୍ତୁ ମୋତେ ବି ଗୋଟିଏ ଉପହାର ଦରକାର। 

ରାଜକୁମାର ଜୟଦେବ : କଣ ଉପହାର ?

ଖଣ୍ଡା : ଆଗ ମୁଁ ମୋର ଉପହାର ଦେଇସାରେ, ତାପରେ ଯାଇ ଉପହାର ବଦଳରେ ଉପହାର ମାଗିବି। ହେଲେ ଆପଣ ପ୍ରତିଶ୍ରୁତି ଦିଅନ୍ତୁ ମୋତେ ମୋର ଉପହାର ଦେବେ ବୋଲି। 

ରାଜକୁମାର ଜୟଦେବ : ହଁ ମୁଁ କଥା ଦେଲି ଯେ ଉପହାର ବଦଳରେ ମୁଁ ଆପଣଙ୍କୁ ଆପଣଙ୍କ ଉପହାର ଦେବି। 

ଖଣ୍ଡା କହିଲା ଆପଣ ଏ ଜଙ୍ଗଲର ଗୁମ୍ପା ଭିତରେ ମୋ ସହ ସାତ ଦିନ ରହିବେ ଆଉ ମୋ ସହ ଯୁଦ୍ଧ କରି ଯୁଦ୍ଧ କଳା ଶିଖିବେ। ଆପଣଙ୍କ ସାମ୍ନାରେ କେବଳ ମୁଁ। ତେଣୁ ଆପଣଙ୍କୁ ଡର ଲାଗିବ ନାହିଁ ଯେ ସାମ୍ନାରେ ଥିବା ଲୋକଟିର କଣ ହେବ ବୋଲି। 

ଖଣ୍ଡାର କଥା ଅନୁସାରେ ରାଜକୁମାର ଜୟଦେବ ଜଙ୍ଗଲରେ ରହି ସେଇ ଭଙ୍ଗା ଖଣ୍ଡା ସହ ନିଜ ଖଣ୍ଡାରେ ଯୁଦ୍ଧ କଳା ଅଭ୍ୟାସ କଲେ। ଏବେ ଆଉ ତାଙ୍କ ମନରେ ଆଉ ଯୁଦ୍ଧ ଡର ନଥାଏ ।ସେ ଖଣ୍ଡାକୁ ଭଲ ଭାବରେ ସମ୍ଭାଳିବା ଆଉ ଚଲାଇବା ଶିଖିଗଲେ। 

ଏହା ଭିତରେ ଗୁରୁକୁଳର ସବୁ ଶିଷ୍ୟ ଆଉ ଗୁରୁ ବ୍ରହ୍ମାନନ୍ଦ ରାଜକୁମାର ଜୟଦେବଙ୍କୁ ଖୋଜୁ ଥାଆନ୍ତି। ରାଜା ସୂର୍ଯ୍ୟଦେବ ଏ ବିଷୟରେ କିଛି ଜାଣିନଥାଆନ୍ତି। 

ସପ୍ତାହ ପରେ ରାଜକୁମାର ଜୟଦେବ ସେଇ ଭଙ୍ଗା ଖଣ୍ଡାକୁ ନେଇ ଗୁରୁକୁଳ ଗଲେ। ଗୁରୁକୁଳରେ ଜୟଦେବଙ୍କୁ ଦେଖି ସବୁ ଖୁସି ହୋଇ ଗଲେ। ଜୟଦେବ ଗୁରୁ ବ୍ରହ୍ମାନନ୍ଦଙ୍କୁ ଯାଇ ପ୍ରଣାମ କରି କହିଲେ ଏବେ ସେ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ବ୍ରହ୍ମାନନ୍ଦ ଆଶ୍ଚର୍ଯ୍ୟ ହେଲେ। ତଥାପି ସେ ନିଜେ ଜୟଦେବଙ୍କ ପରୀକ୍ଷା ନେବା ପାଇଁ ତାଙ୍କ ସହ ଯୁଦ୍ଧ କଲେ ଏବଂ ଯୁଦ୍ଧରେ ଜୟଦେବ ବିଜୟ ହେଲେ। ବ୍ରହ୍ମାନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ଜୟଦେବ ସେ ଭଙ୍ଗା ଖଣ୍ଡା ବିଷୟରେ ସବୁ କହିଲେ। 

ଗୁରୁ ବ୍ରହ୍ମାନ୍ଦନ ସେ ଖଣ୍ଡାକୁ ଦେଖଲେ ଏବଂ ପଚାରିଲେ ସେ କିଏ। ହେଲେ ଜୟଦେବଙ୍କ ଛଡା ଆଉ କେହି ସେ ଖଣ୍ଡାର କଥା ଶୁଣି ପାରିଲେ ନାହିଁ। 

ଜୟଦେବ ପଚାରିଲେ ଏବେ ଯେ ତୁମ ଉପହାର ମୁଁ ପାଇ ଗଲି। ଏବେ ତୁମେ କୁହ କଣ ଉପହାର? ଆଉ ତୁମେ କିଏ..... ମୋ ଛଡା ଆଉ କେହି ଶୁଣି ପାରୁ ନାହାଁନ୍ତି କଣ ପାଇଁ? 

ଖଣ୍ଡାଟି କହିଲା ସେ ହେଉଛନ୍ତି ସିଆଗଡର ରାଜକୁମାରୀ ରୂପବତୀ। ସେ ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲେ। ତାଙ୍କ ବାପାଙ୍କ ହଠାତ୍ ବିୟୋଗ ହେଲା। ରାଜାଙ୍କ ପୁଅ ନ ଥିବାରୁ ରୂପବତୀ ରାଜଭାର ସମ୍ଭାଳିଲେ। ହେଲେ ତାଙ୍କର ସେନାପତି ରାମନାଥ ଭାବୁ ଥିଲେ ଯେହେତୁ ରାଜାଙ୍କ ପୁଅ ନାହିଁ ରାଜାଙ୍କ ପରେ ସେ ରାଜା ହେବେ। ହେଲେ ରାଜଭାର ମୁଁ ସମ୍ଭାଳିବାରୁ ସେ ସହି ପାରିଲେ ନାହିଁ। ସେ ଆଗରୁ ଯାଦୁ ବିଦ୍ୟା ଶିଖି ଥିଲେ। ଶେଷରେ ଦିନେ ସେ ନିଜ ଯାଦୁ ବିଦ୍ୟାରେ ମୋତେ ଗୋଟିଏ ଖଣ୍ଡାରେ ପରିଣତ କଲେ ଏବଂ ଖଣ୍ଡାର ଉପର ଭାଗ ମାନେ ମୋ ବାଳକୁ ମୋ ଠାରୁ ଅଲଗା କରି ଦେଲେ ଏବଂ ମୋତେ ନଦୀ ପାଣିରେ ଭସାଇ ଦେଲେ ଏବଂ ନିଜେ ସିଆଗଡର ରାଜା ହୋଇଲେ। ମୋତେ କିଛି ଦିନ ପରେ ଜଣେ ସାଧୁବାବା ନଦୀ ପାଣିରୁ ପାଇଲେ। ସେ ମୋତେ ଠିକ କରିବାକୁ ଚେଷ୍ଟା କଲେ, ହେଲେ ପାରିଲେ ନାହିଁ। 

ସାଧୁ ବାବା ମୋତେ ତାଙ୍କ ସହ ରଖି ପାରିଲେ ନାହିଁ। ଶେଷରେ ମୋତେ ସିଏ ସେଇ ନଦୀ ଘାସବୁଦାରେ ରଖି ଦେଇ କହିଲେ ମାଆ ଦିନେ ନା ଦିନେ ଏଠାକୁ ଗୋଟିଏ ରାଜକୁମାର ଆସିବେ ଯିଏ ହୃଦୟରୁ ନିରୀହ ଆଉ ଦୟାବାନ ଥିବ ସେ ଯାଇ ତୋ କଥା ଶୁଣି ପାରିବ।ସେ ଯଦି ତୋ ସହ ଯାଇ ସିଆଗଡରେ ରାମନାଥ ଯୁଦ୍ଧ କରେ ଆଉ ତୋତେ ସାହାଯ୍ୟରେ ସେ ରାମନାଥକୁ ମାରି ତୋର ବାକି ଅଂଶକୁ ଆଣି ତୋ ସହ ମିଶାଇଲେ ତୁ ପୁନଃ ତୋ ରୂପକୁ ଫେରି ପାଇବୁ ଆଉ ରାମନାଥର ଯାଦୁ ନଷ୍ଟ ହେବ। 

ତାପର ଠାରୁ ନଦୀ କୂଳକୁ ଯିଏ ବି ଯାଏ ମୁଁ ତାକୁ ଡାକେ ହେଲେ କେହି ବି ମୋ କଥା ଶୁଣି ପାରନ୍ତି ନାହିଁ। ଆଉ ସାତ ଦିନ ତଳେ ରାଜକୁମାର ଜୟଦେବ ସେଠାକୁ ଗଲେ ଏବଂ ମୁଁ ତାଙ୍କ କଥା ଶୁଣିଲି। ସେ ବି ମୋ କଥା ଶୁଣି ପାରିଲେ। କାରଣ ସେ ହୃଦୟରୁ ଦୟାବାନ ଆଉ ନିରୀହ ଥଲେ। 

ଜୟଦେବ ଡରୁଆ ନ ଥିଲେ। ମୁଁ ତାଙ୍କ ଅସୁବିଧା ବୁଝି ପାରିଥିଲି। ଯେହେତୁ ମୁଁ ଗୋଟିଏ ଖଣ୍ଡା ସେ ନିର୍ଭୟରେ ଯୁଦ୍ଧ କଳା ମୋ ପାଖରୁ ଶିଖିଲେ। ଏବେ ସେ ଯୁଦ୍ଧରେ ନିପୁଣ। 

ମୋର ଉପହାର ବଦଳରେ ଉପହାରଟି ହେଲା ଯେ ଜୟଦେବ ମୋତେ ନେଇ ରାମନାଥ ସହ ଯୁଦ୍ଧ କରି ମୋତେ ମୋ ରୂପରେ ଆଣିବେ। 

ରାଜକୁମାର ଜୟଦେବ ସିଆଗଡ ସହ ଯୁଦ୍ଧ କଲେ। ରୂପବତୀ କହିବା ଅନୁଯାୟୀ ସବୁ କଲେ। ରାମନାଥଙ୍କୁ ସେଇ ଭଙ୍ଗା ଖଣ୍ଡାରେ ମାରିଲେ ଏବଂ ଭଙ୍ଗା ଭଙ୍ଗା ଖଣ୍ଡାର ବାକି ଅଂଶକୁ ଆଣି ମିଶାଇ ସମ୍ପୁର୍ଣ୍ଣ ଅଂଶ କଲାରୁ ଖଣ୍ଡା ଉପରେ ଥିବା ରାମନାଥର ଯାଦୁ ନଷ୍ଟ ହୋଇ ଗଲା। ଖଣ୍ଡାରେ ଥିବା ରୂପବତୀ ପୁନଃ ରାଜକୁମାରୀରେ ପରିବର୍ତ୍ତନ ହୋଇ ଗଲେ। 

ରୂପବତୀ ଜୟଦେବଙ୍କୁ ଉପହାର ବଦଳରେ ତାଙ୍କୁ ତାଙ୍କ ରୂପରେ ପରିଣତ କରିଥିବାରୁ ଧନ୍ୟବାଦ ଜଣାଇଲେ।

ଜୟଦେବ ରୂପବତୀଙ୍କ ବ୍ୟବହାର ଆଉ ସୁନ୍ଦରତାରେ ଆକର୍ଷିତ ହୋଇ ବିବାହ ପାଇଁ ପ୍ରସ୍ତାବ ଦେଲେ। ଦୁହିଁଙ୍କ ବିବାହ ଭଲରେ ହୋଇ ଗଲେ। ତାପରେ ଜୟଦେବ ଓ ରୂପବତୀ ଦୁହେଁ ମିଶି ମୁକୁନ୍ଦପୁର ଆଉ ସିଆଗଡର ରାଜଭାର ସମ୍ଭାଳିଲେ। ଦୁଇଟି ରାଜ୍ୟ ମିଶି ଗୋଟିଏ ରାଜ୍ୟ ହୋଇଲା ଆଉ ତାର ନାମ ସିଆ-ମୁକନ୍ଦ ହେଲା। ଜୟଦେବ ଆଉ ରୂପବତୀ ଦୁହେଁ ଦୁହିଁଙ୍କ ପାଇଁ ଉପହାର ବଦଳରେ ଉପହାର ହେଲେ। ଜୀବନସାଥୀ ହୋଇ ହସଖୁସିରେ ରହିଲେ। 



Rate this content
Log in